୧୦୦ ୟୁନିଟ୍ ପର୍ୟ୍ୟନ୍ତ ମାଗଣା ବିଦ୍ୟୁତ୍

ଭୁବନେଶ୍ୱର: ବିଜେଡି କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ଶହେ ୟୁନିଟ୍ ପର୍ୟ୍ୟନ୍ତ ବିଦ୍ୟୁତ ବ୍ୟବହାର ପାଇଁ ଶୂନ ବିଲ୍ ଓ ୧୦୦ରୁ ୧୫୦ ୟୁନିଟ୍ ପର୍ୟ୍ୟନ୍ତ ୫୦ ୟୁନିଟ୍ ପାଇଁ ରିହାତି ମିଳିବ । ରାଜ୍ୟର ୮୫-୯୦% ଜନସଂଖ୍ୟାକୁ ଏହି ସୁବିଧା ମିଳିବ । ମଧ୍ୟବିତ୍ତ ପରିବାର ପାଇଁ ମଧ୍ୟ ବିଦ୍ୟୁତ୍ ସବସିଡି ଲାଗୁ ହେବ । ଚାଷ କାର୍ୟ୍ୟ ପାଇଁ ଚାଷୀଙ୍କୁ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ । ରାଜ୍ୟରେ କ୍ଷମତାସୀନ ବିଜେଡି ନିଜର ନିର୍ବାଚନୀ ଇସ୍ତାହାରରେ ଏଭଳି ପ୍ରତିଶ୍ରୁତି ଦେଇଛି ।
ବିଜେଡି ନିଜର ନିର୍ବାଚନୀ ଇସ୍ତାହାରରେ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିରେ କହିଛି ଯେ, ଓଡ଼ିଶାର ୭୫ ପ୍ରତିଶତ ପରିବାର ୧୦୦ୟୁନିଟରୁ କମ୍ ବିଦ୍ୟୁତ ବ୍ୟବହାର କରୁଛନ୍ତି । ଅନ୍ୟ ୧୦ ପ୍ରତିଶତ ପରିବାର ୧୦୦ରୁ ୧୫୦ ୟୁନିଟ୍ ପର୍ୟ୍ୟନ୍ତ ବିଦ୍ୟୁତ ବ୍ୟବହାର କରୁଛନ୍ତି । ରାଜ୍ୟରେ ଅଭିବୃଦ୍ଧି ଓ ଦାରିଦ୍ର୍ୟ ହ୍ରାସ କରିବାରେ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରଉଛି । ତେଣୁ ଶକ୍ତି ସୁରକ୍ଷା ସହିତ ଏହି ୮୫-୯୦% ଜନସଂଖ୍ୟା ପାଇଁ ଶହେ ୟୁନିଟ୍ ପର୍ୟ୍ୟନ୍ତ ବିଦ୍ୟୁତ ଉପଯୋଗ କରୁଥିବା ଗ୍ରାହକମାନେ ଶୂନ ବିଲ୍ ପାଇବେ । ୧୦୦ରୁ ୧୫୦ ୟୁନିଟ୍ ପର୍ୟ୍ୟନ୍ତ ଗ୍ରାହକଙ୍କୁ ୫୦ୟୁନିଟ୍ ପାଇଁ ରିହାତି ମିଳିବ । ମଧ୍ୟବିତ୍ତ ପରିବାରଙ୍କୁ ବିଦ୍ୟୁତ ସବସିଡି ମିଳିବ । ଚାଷୀଙ୍କୁ ଚାଷ କାର୍ୟ୍ୟ ପାଇଁ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ ।