ଗୃହକୁ ଅଚଳ କରିବାର କୌଣସି କାରଣ ନାହିଁ: ଅରୁଣ ସାହୁ

ଭୁବନେଶ୍ବର: ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ୩ୟ ଦିନ । ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ହେବାର ଥିଲା। ପ୍ରଶ୍ନକାଳରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଚଳ ହୋଇଛି। ଗୃହକୁ ଅଚଳ କରିବାର କୌଣସି କାରଣ ନାହିଁ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ ରହିବା ପରେ ଗୃହକୁ ଅଚଳ କରିବାର କୌଣସି କାରଣ ନାହିଁ । ଗୃହକୁ ଅଚଳ କରିବା ବିରୋଧୀଙ୍କ ନିତିଦିନିଆ ଅଭ୍ୟାସରେ ପରିଣତ ହେଲାଣି । ରାଜନୈତିକ ସ୍ୱାର୍ଥ ପାଇଁ ବିରୋଧୀ ଏହି ପ୍ରସଙ୍ଗ ଉଠାଉଛନ୍ତି । ଅଧ୍ୟାଦେଶରେ ଯେଉଁ କଥା ରହିଛି ତାହା ବିଜେପି ଓ କଂଗ୍ରେସର ସଦସ୍ୟମାନେ ହିଁ ଦାବି ରଖିଥିଲେ । ସରକାର ସେ ଦିଗରେ ପଦକ୍ଷେପ ନେବା ପରେ ବିରୋଧୀ ପୁଣି ଓଲଟା କଥା କହୁଛନ୍ତି । ସବୁ ପରେ ବି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ ରହିଛି ।
ହୋ, ମୁଣ୍ଡାରୀ, ଭୂମିଜ, ସଉରା, କୁଇ, ଯେତେ ସବୁ ଭାଷା ଅଛି ତାକୁ ସମ୍ବିଧାନରେ ଅଷ୍ଟମ ଅନୁଛେଦରେ ସାମିଲ କରିବା ପାଇଁ କାହିଁକି ବିଜେପି ଦିଲ୍ଲୀରେ ଏହି ପ୍ରସଙ୍ଗ ଉଠାଉ ନାହିଁ । ତେଣୁ ଏଠି ବିଧାନସଭାକୁ ବନ୍ଦ କରିବା ଓ ରାଜଭବନ ଯାଏ ପଦଯାତ୍ରା କରି ଯିବା ଅପେକ୍ଷା ଦିଲ୍ଲୀ ଯାଇ ଏହି ପ୍ରସଙ୍ଗ ଉଠାନ୍ତୁ । ଆଦିବାସୀଙ୍କୁ ହକ ମିଳୁ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି।