ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ କାର ଉପରେ ଆକ୍ରମଣ

Nov 8, 2023 - 07:04
Nov 8, 2023 - 07:04
 8
ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ କାର ଉପରେ ଆକ୍ରମଣ

ନୂଆଦିଲ୍ଲୀ: ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ କାର ଉପରେ ଆକ୍ରମଣ କରାଯାଇଛି । ଆକ୍ରମଣକାରୀମାନେ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ଏହି ମାରାତ୍ମକ ଆକ୍ରମଣରୁ ପାଲେଷ୍ଟାଇନ ରାଷ୍ଟ୍ରପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି ।ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ କାର ଉପରେ ମାରାତ୍ମକ ଆକ୍ରମଣ ହୋଇଛି । ଅଜ୍ଞାତ ଆକ୍ରମଣକାରୀମାନେ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଆକ୍ରମଣକାରୀମାନେ ସେମାନଙ୍କ ଗାଡି ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଏହି ମାରାତ୍ମକ ଆକ୍ରମଣରୁ ପାଲେଷ୍ଟାଇନ ରାଷ୍ଟ୍ରପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ରବିବାର ଦିନ ୱେଷ୍ଟବ୍ୟାଙ୍କରେ ମହମ୍ମଦ ଅବ୍ବାସ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସହ ଆଲୋଚନା କରିଥିଲେ । ବ୍ଲିଙ୍କେନଙ୍କ ସହ ତାଙ୍କର ସାକ୍ଷାତକାରରେ ଅବ୍ବାସ ଇସ୍ରାଏଲକୁ ଗାଜା ଉପରେ ଆକ୍ରମଣ ବନ୍ଦ କରିବାକୁ କହିଥିଲେ । ଗତ ଏକ ମାସ ଧରି ଗାଜାରେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି। ମଙ୍ଗଳବାର ଦିନ ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ ବିରୋଧରେ ହୋଇଥିବା ଏହି ହତ୍ୟା ଉଦ୍ୟମ ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।