ନିଚ୍ଛକ ଭଲ ପାଉଥିବା ଜୀବନସାଥୀଟିଏ ଚାହୁଁଛନ୍ତି କି? ଏହି ୧୦ଟି ବାସ୍ତୁ ନିୟମ ମାନନ୍ତୁ

ନିଚ୍ଛକ ପ୍ରେମ ପାଇବା କେବେ ବି ଏକ ସହଜ କାମ ନୁହେଁ । ଯେଉଁମାନେ ଏ ଯାଏଁ ପ୍ରେମରେ ପଡିନାହାନ୍ତି ବା ଏକା ଅଛନ୍ତି ସେମାନଙ୍କ ପାଇଁ ପ୍ରତ୍ୟେକ ଦିନ ଗୋଟିଏ ନୂଆ ଆଶା ଏବଂ ଅଜଣା ଭୟରେ କଟେ । ସଚ୍ଚା ପ୍ରେମ ଖୋଜି ପାଇବାର ଆଶା ଯେତିକି ଆମୋଦିତ କରେ ତାଠାରୁ ଅଧିକ ଆଶଙ୍କା ସୃଷ୍ଟି କରେ ବିଶ୍ବସ୍ଥ ଜୀବନ ସାଥୀଟିଏ ପାଇବା ନେଇ ।
ତେବେ ଆପଣ ଜାଣିଛନ୍ତି ବିଶ୍ବସ୍ଥ ଏବଂ ସଚ୍ଚା ପ୍ରମିକଟିଏ, ପ୍ରେମିକାଟିଏ ବା ଜୀବନ ସାଥୀଟିଏ ପାଇବା କ୍ଷେତ୍ରରେ ବାସ୍ତୁଶାସ୍ତ୍ରର ଏକ ଅଦ୍ଭୁଦ ଏବଂ ଅଲୌକିକ ଭୂମିକା ରହିଛି । ବାସ୍ତୁଶାସ୍ତ୍ରର ଏକ ଅଦ୍ଭୁଦ ଏବଂ ଅଲୌକିକ ଭୂମିକା ରହିଛି । ବାସ୍ତୁ ଆପଣଙ୍କ ଜୀବନକୁ ଆନନ୍ଦମୟ ଏବଂ ପ୍ରମପୂର୍ଣ୍ଣ କରିପାରେ ।ଏଥିପାଇଁ ଆପଣଙ୍କୁ ନିମ୍ନୋକ୍ତ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ ।
ଘରର ଦକ୍ଷିଣ ପଶ୍ଚିମ ଦିଗରେ କୌଣସି ମତେ ଶୌଚାଳୟ ବା ରୋଷେଇ ଘର ରଖିବେ ନାହିଁ ।
ଘରର ଦକ୍ଷିଣ-ପଶ୍ଚିମ ପଟର କାନ୍ଥକୁ କେବେବି ନାଲି ରଙ୍ଗ କରନ୍ତୁ ନାହିଁ ।
ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଗୋଟିଏ ଗ୍ଦଜୋଡି ଲଭ୍ ବାର୍ଡ ରଖନ୍ତୁ ।
ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ନୀଳ ରଙ୍ଗ ରଖନ୍ତୁ ନାହିଁ । ପ୍ରେମକୁ ବଢାଇବା ପାଇଁ ଏହା ଜରୁରୀ ।
ସମ୍ପର୍କରେ ସଚେତନତା ଆଣିବା ପାଇଁ ଘରର ପୂର୍ବ-ଦକ୍ଷିଣ ପୂର୍ବ ଦିଗକୁ ପରିଷ୍କାର ରଖନ୍ତୁ ।
ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ଶେୈଇବା ଘର ନରଖିବା ଭଲ । ଏହି ଦିଗରେ ମିକ୍ସଚର ଗ୍ରାଇଣ୍ଡର ରଖନ୍ତୁ ।
ଆପଣ ଯାହାକୁ ଭଲ ପାଇଛନ୍ତି ତାଙ୍କ ଫଟୋ ଘରର ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ରଖନ୍ତୁ ।
ପ୍ରେମପତ୍ର ଗୁଡିକୁ ମଧ୍ୟ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ରଖନ୍ତୁ ।
ଘରକୁ ବାଧାହୀନ କରି ରଖନ୍ତୁ ।
ଦକ୍ଷିଣପଟରେ ଶୋଇବା ଘର ରଖନ୍ତୁ । ଆପଣଙ୍କ ପ୍ରେମ ଜୀବନ ସବୁ ଦୃଷ୍ଟିରୁ ସମୃଦ୍ଧ ରହିବ ।