ପ୍ରେରଣା ପାଲଟିଛନ୍ତି ୨ ଭଉଣୀ: ଗଛ ନକାଟି ପ୍ରସ୍ତୁତ ହେଉଛି କାଠମଣ୍ଡ ଓ ସେଥିରୁ ତିଆରି ହେଉଛି ପୋଷାକ

Dress absorbs carbon dioxide

Sep 28, 2023 - 02:47
 24
ପ୍ରେରଣା ପାଲଟିଛନ୍ତି ୨ ଭଉଣୀ: ଗଛ ନକାଟି ପ୍ରସ୍ତୁତ ହେଉଛି କାଠମଣ୍ଡ ଓ ସେଥିରୁ ତିଆରି ହେଉଛି ପୋଷାକ

ଭୁବନେଶ୍ୱର: ସମୟ ଯେତିକି ବଢ଼ୁଛି ବିକାଶର ନିକଟତର ହେଉଥିବା ପୃଥିବୀରେ ଜୈବ ବିବିଧତା ଓ ପରିବେଶ ସେତିକ ପ୍ରଭାବିତ ହେବା ଆରମ୍ଭ କରିଛି । ଏହିଭଳି ଏକ ସମୟରେ ଆମେରିକାର ଏକ ଷ୍ଟାର୍ଟଅପ୍‌ କମ୍ପାନୀ ଆରମ୍ଭ କରିଥିବା ୨ ଭଉଣୀ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ସେମାନେ ପ୍ରସ୍ତୁତ କରୁଥିବା ପୋଷାକ ଅଙ୍ଗାରକାମ୍ଳ କମାଇ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାରେ ସାହାଯ୍ୟ କରୁଛି । ‘ରୁବି ଲାବରାଟୋରିଜ୍‌’ ନାମକ ଏହି ଷ୍ଟାଟ୍‌ଅପ୍‌ କମ୍ପାନୀ ପ୍ରତିଷ୍ଠା କରିଛନ୍ତି ଦୁଇ ଯାଆାଁଳା ଭଉଣୀ ନୀକା ଓ ମଶୌଫ୍‌ । ୨୦୨୧ରୁ ‘ରୁବି ଲାବରାଟୋରିଜ୍‌’ ଅଭିନବ ଜ୍ଞାନକୌଶଳ ପ୍ରୟୋଗ କରି ଅଙ୍ଗାର-ନେଗେଟିଭ୍‌ ବସ୍ତ୍ର ପ୍ରସ୍ତୁତ କରୁଛି ।  ‘ରୁବି’ର ଏକ ସ୍ୱତନ୍ତ୍ର ପ୍ରକ୍ରିୟାରେ ଆବର୍ଜନାରୁ ଅଙ୍ଗାରକାମ୍ଳ ଶୋଷିହୋଇ ସେଲୁଲୋଜ୍‌ ମଣ୍ଡରେ ପରିଣତ ହେଉଛି, ଯାହା ବସ୍ତ୍ର ନିର୍ମାଣ ପାଇଁ ସୂତା ବା ତନ୍ତୁ ତିଆରିରେ ବ୍ୟବହୃତ ହୁଏ । ତେବେ ବସ୍ତ୍ର ତିଆରି ପାଇଁ ଉଦ୍ଦିଷ୍ଟ ଭିସ୍‌କୋଜ୍‌ ବା ରେୟନ ନାମକ ଉପାଦାନ କାଠ ମଣ୍ଡରୁ ମିଳିଥାଏ । ଏଥିପାଇଁ ଗଛ କାଟିବାକୁ ପଡ଼ିଥାଏ । ମାତ୍ର ‘ରୁବି’ର ଅଭିନବ କୌଶଳରେ ଗଛର କୌଣସି କ୍ଷତି ନ କରି ଶତ ପ୍ରତିଶତ ଅଙ୍ଗାର ନିର୍ଗମନ ଉପଯୋଗରେ ବସ୍ତ୍ର ପ୍ରସ୍ତୁତ ହୋଇପାରୁଛି । ବର୍ତ୍ତମାନ ଏକ କେଜି ଭିସ୍‌କୋଜ୍‌ ପ୍ରସ୍ତୁତିରେ ୧୦ କେଜି ଅଙ୍ଗାରକାମ୍ଳ ନିର୍ଗମନ ହେଉଥିବା ବେଳେ ‘ରୁବି’ର ବସ୍ତ୍ର ଉତ୍ପାଦନ ଦ୍ୱାରା ଅଙ୍ଗାରକାମ୍ଳ ହ୍ରାସ ପାଉଛି । ବୃକ୍ଷ ଓ ପ୍ରକୃତି ପ୍ରେମରେ ପଡ଼ିଥିବା ଏହି ଦୁଇଭଉଣୀ ୧୫ ବର୍ଷ ବୟସରୁ ବୈଜ୍ଞାନିକ ଗବେଷଣା ଆରମ୍ଭ କରିଥିଲେ । ସେମାନେ ପ୍ରଥମେ ବିଭିନ୍ନ ବ୍ୟବସାୟୀ, ରୂପକାର, ଉତ୍ପାଦକ ବିଶେଷଜ୍ଞ ଓ ବସ୍ତ୍ର ନିର୍ମାତାଙ୍କ ଠାରୁ ଶିକ୍ଷା ହାସଲ କଲେ । ଏହା ସେମାନଙ୍କୁ ବିଜ୍ଞାନ ଓ ଉଦ୍ଭାବନକୁ ଉପଯୋଗ କରି ଜଳବାୟୁ, କୃଷିଜମି ଓ ଜୈବ ବିବଧତାକୁ ନଷ୍ଟ କରୁଥିବା ଶିଳ୍ପ ବିରୋଧରେ ପଦକ୍ଷେପ ନେବାକୁ ପ୍ରେରିତ କରିଥିଲା ।