ଚଳନ୍ତା ବସରେ ଅଗ୍ନିକାଣ୍ଡ, ମହିଳା ଦଗ୍ଧ

Nov 11, 2023 - 06:00
 8
ଚଳନ୍ତା ବସରେ ଅଗ୍ନିକାଣ୍ଡ, ମହିଳା ଦଗ୍ଧ

ବାଲେଶ୍ୱର: ଚଳନ୍ତା ବସରେ ନିଆଁ । ବସର ଡ୍ରାଇଭର , କଣ୍ଡକ୍ଟର , ହେଲ୍ପର ମାରିଥିଲେ ଚମ୍ପଟ । ଶେଷପରେ ବସର କାଚ ଭାଙ୍ଗି ଜଣେ ପରେ ଜଣେ ଯାତ୍ରୀ ଉଦ୍ଧାର ହୋଇଗଲେ ମାତ୍ର ଜଣେ ମହିଳା ସେହି ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ । ଶୁକ୍ରବାର ରାତିରେ ଖଡ଼ଗପୁର ନିକଟ ମାଦପୁର ଠାରେ ରାସ୍ତା ଉପରେ ବସଟି ହୁତୁ ହୁତୁ ହୋଇ ଜଳିଗଲା । ଯାତ୍ରୀବାହୀ ବସଟି କଲିକତାରୁ ପାରାଦୀପ ଅଭିମୂଖେ ଆସୁଥିଲା ।

 କଲିକତାର ବାବୁଘାଟରୁ ୩୯ଜଣ ଯାତ୍ରୀକୁ ନେଇ ଡଈ ନମ୍ବର ବିଶିଷ୍ଟ ଏକ ବସ ପାରାଦୀପକୁ ଆସୁଥିଲା । ରାତି ୮.୩୦ ମିନିଟ ସମୟରେ ସମସ୍ତ ଯାତ୍ରୀ ଖାଇ ସାରିଥିଲେ । ସିଲ୍‌ପର କୋଚ ବସରେ କିଏ ବସିଥିଲେ ତ ଆଉ କିଏ ନିଜ ସିଟରେ ଶୋଇ ପଡ଼ିଥିଲେ । । ହଠାତ ଡ୍ରାଇଭରର କେବିନରୁ ନିଆଁ ବାହାରି ଥିଲା । ନିଆଁ ଦେଖି ହଠାତ ଡ୍ରାଇଭର ୬୦ନଂ ଜାତୀୟ ରାଜପଥ ଉପରେ ଗାଡ଼ିଟିକୁ ଅଟକାଇ ଦେଇଥିଲେ । ଭୟରେ ଯାତ୍ରୀମାନେ ବସରୁ ବାହାରିବାକୁ ଉଦ୍ୟମ କରିଥିଲା ବେଳେ ବସର ଡୋର ଖୋଲି ନଥିଲା । ସେତେବେଳକୁ ବସ ଭିତରେ ଖାଲି ଧୁଆଁ ଆଉ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା ।

ତେବେ ବସରେ ସବୁ ଯାତ୍ରୀ ଉଦ୍ଧାର ହୋଇଥିଲା ବେଳେ ଜଣେ ମହିଳା ଜଳିପୋଡ଼ି ମୃତ୍ୟୁ ବରଣ କରିଥିଲେ ।