ଏହି ମେଲ୍‌ ଆଇଡି ଆସନ୍ତା ମାସରେ ଡିଲିଟି ହୋଇଯିବ

Nov 9, 2023 - 08:16
 3
ଏହି ମେଲ୍‌ ଆଇଡି ଆସନ୍ତା ମାସରେ ଡିଲିଟି ହୋଇଯିବ

ନୂଆଦିଲ୍ଲୀ : ଆସନ୍ତା ମାସରେ ଗୁଗୁଲ୍‌ ଅନେକ ମେଲ୍‌ ଆଇଡି ଡିଲିଟ୍‌ କରିଦେବ । ଡିସେମ୍ବର ମାସ୨୦୨୩ ମସିହାରେ ଗୁଗୁଲ୍‌ ଅନେକ ମେଲ୍‌ ଆଇଡି ଡିଲିଟ୍‌ କରିଦେବ ବୋଲି ସୂଚନା ଦେଇଥିଲା . ଯେଉଁମେଲ୍‌ ଆଇଡିରେ ୨ ବର୍ଷ ଧରି ଲଗ୍‌ଇନ୍‌ ହୋଇ ନଥିବା କିମ୍ବା କୌଣସି ମଲେ୍ ନେଣଦେଣ ହୋଇ ନଥିବ ତେବେ ସେହି ମେଲ୍‌ ଆଇଡିକୁ ଗୁଗୁଲ୍‌ ଡିଲିଟ୍‌ କରିଦେବ । ଏହି ମେଲ୍‌ ଆଇଡି ସହ ସମ୍ପୃକ୍ତ ଇମେଲ୍‌ ସହ,ୟୁଟ୍ୟୁବ୍‌ ଗୁଗୁଲ୍‌ ଡ୍ରାଇଭ୍‌ ଫାଇଲ୍‌, ଗୁଗୁଲ୍‌ ଡକ୍ସ. ଗୁଗୁଲ୍‌ କ୍ୟାଲେଣ୍ଡର , ଆପଏଣ୍ଟମେଣ୍ଟ ଏବଂ ଗୁଗୁଲ୍‌ ଫଟୋ ଡିଲିଟ୍‌ ହୋଇଯିବ ।

ମାତ୍ର ଯେଉଁ ଜିମେଲ୍‌ ଆକାଉଣ୍ଟରେ ଲଗ୍‌ ଇନ୍‌ କରାଯାଉଥିବ ତା ସହ ମେଲ୍‌ ଆଦାନପ୍ରଦାନ କରାଯାଉଥିବ ତା ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଯେଉଁ ମେଲ୍‌ ଆଇଡିରେ କୌଣସି କାର୍ୟ୍ୟ ହେଉ ନାହିଁ ତାହା ହାକ୍‌ ହେବା ସହ ଗୁଗୁଲ୍‌ର ଅନେକ ସ୍ପେସ୍‌ ନଷ୍ଟ ହେଉଛି । ଗୁଗୁଲ୍‌ ଏହି ଆକାଉଣ୍ଟ ଡିଲିଟ୍‌ କରିବା ପୂର୍ବରୁ ସେହି ଆକାଉଣ୍ଟ ସହ ରିକଭରି ଆକାଉଣ୍ଟରେ ବାରମ୍ବାର ମେଲ୍‌ ଦେବ ।

ଆପଣଙ୍କର ଯଦି ଏପରି ମେଲ୍‌ ଆଇଡି ଅଛି ଏବଂ ସେଥିରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ତେବେ ସେଥିରେ ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ୍‌ ଅନ୍‌ କରିବା ସହ ଲଗ୍‌ ଇନ୍‌ କରନ୍ତୁ । ନହେଲେ ଏହି ଆକାଉଣ୍ଟ ଆସନ୍ତା ମାସରେ ଡିଲିଟି ହୋଇଯିବ ।