ହୀରାକୁଦରେ ୨୨ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

Sep 23, 2023 - 05:36
 2
ହୀରାକୁଦରେ ୨୨ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ହୀରାକୁଦ ଜଳସ୍ତର ରୁଲ୍‌ କର୍ଭ ଅନୁଯାୟୀ ସର୍ବୋଚ୍ଚ ସୀମା ପାଖରେ ରହିଛି । କ୍ରମାଗତ ଲଘୁଚାପ ବର୍ଷା ଯୋଗୁଁ ଉପରମୁଣ୍ଡରୁ ବ୍ୟାପକ ମାତ୍ରାରେ ପାଣି ଆସୁଛି । ଫଳରେ ସ୍ଥିତିକୁ ଦେଖି ଗୁରୁବାର ୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଥିଲା । କିନ୍ତୁ, ଶୁକ୍ରବାର ୩ ଲକ୍ଷ ୨୪ ହଜାର କ୍ୟୁସେକ୍‌ ପାଖାପାଖି ପାଣି ଆସିବାରୁ ଆହୁରି ୧୬ଟି ଗେଟ୍‌ ଖୋଲାଯାଇଛି । ମୋଟ୍‌ ୨୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । 

ଲଘୁଚାପ ଯୋଗୁଁ ହୀରାକୁଦ ଉପରମୁଣ୍ଡରେ ୩ ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି । ଫଳରେ ଗୁରୁବାରଠାରୁ ବିଭିନ୍ନ ପର୍ୟ୍ୟାୟରେ ମୋଟ୍‌ ୨୨ଟି ଗେଟ୍‌ ଖୋଲାଯାଇଥିବା ବେଳେ ମୋଟ୍‌ ୪ ଲକ୍ଷ ୨୩୨ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ସେପଟେ, ଗତ ୨୪ ଘଣ୍ଟାରେ ପୁଣି ଉପରମୁଣ୍ଡରେ ହାରାହାରି ୩୦.୩୫ ମିମି ବର୍ଷା ରେକର୍ଡ ହୋଇଛି । ଆଉ ଏହି ପାଣି ଶନିବାର ମଧ୍ୟ ହୀରାକୁଦକୁ ପ୍ରାୟ ୩ ଲକ୍ଷ କ୍ୟୁସେକ୍‌ ଯାଏ ଆସିବାର ଆକଳନ କରାଯାଉଛି । ଜଳସ୍ତର ୬୨୯.୩୧ ଫୁଟ୍‌ ରହିଛି ।