ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରୀ
ଦିଲ୍ଲୀ ମେଟ୍ରୋ ରେଳ ନିଗମ ଟର୍ଣ୍ଣି କି କନସଲଟାଂଟ
୪ ବର୍ଷରେ ସରିବ, ଖର୍ଚ୍ଚ ହେବ ୫୯୨୯ କୋଟି
କ୍ୟାବିନେଟରେ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ନିର୍ମାଣ ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି । ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଟର୍ଣ୍ଣକି କନସଲଟାଂଟ ଭାବେ ନିଯୁକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ନିମନ୍ତେ ୫୯୨୯ କୋଟି ୩୮ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ୪ ବର୍ଷ ମଧ୍ୟରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି । ଭୁବନେଶ୍ୱର ବିମାନ ବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୬ କିମି ଦୂରତାର ଏହି ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦ଟି ମେଟ୍ରୋ ରେଳ ଷ୍ଟେସନ ନିର୍ମାଣ କରାଯିବ । ଏଥିରେ ଅତ୍ୟାଧୁନିକ ରେଳକୋଚର ବ୍ୟବହାର କରାଯିବ । ସେହିପରି ଅତ୍ୟାଧୁନିକ ଟିକେଟ ବ୍ୟବସ୍ଥା ଓ ସିଗନାଲ ବ୍ୟବହୃତ ହେବ । ଭୁବନେଶ୍ୱର ମେଟ୍ରୋ ରେଳ ନିଗମର ତତ୍ୱାବଧାନରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଦ୍ୱାରା ନିର୍ମାଣ କରିବାକୁ ନିଷ୍ପତି ନିଆଯାଇଛି । ଏଥିପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମର ଦେୟ ୩୨୫ କୋଟି ୫୬ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି