ଉଦଘାଟିତ ହେଲା ଓଡିଆ ଭାଷା ସମ୍ମିଳନୀ
ଭୁବନେଶ୍ୱର : ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ୨୦୨୪ ଉଦ୍ଘାଟନ । ଶନିବାରଠୁ ଜନତା ମଇଦାନରେ ଆରମ୍ଭ ହୋଇଛି ଭାଷାର ଏହି ମହାକୁମ୍ଭ । ଏହି ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଉପସ୍ଥିତ ଥିବା ଲୋକେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଛନ୍ତି । ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ଓଡିଶା ଆଜି ଭାଷା ପାଇଁ ଏକାଠି ହୋଇଛି । ଓଡିଆ ଭାଷାର ଏକ ସମୃଦ୍ଧ ଇତିହାସ ରହିଛି । ସମ୍ମିଳନୀରେ ଓଡିଆ ଭାଷାର ଅଧିକ ବ୍ୟବହାର ନେଇ ଅଧିକ ଆଲୋଚନା ହେବ ।
ଏହି କାର୍ୟ୍ୟକ୍ରମ ଲାଗି ଦେଶ ବିଦେଶରୁ ୧୦୦ରୁ ଅଧିକ ଶିକ୍ଷାବିତ ଯୋଗ ଦେଇଛନ୍ତି । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ମୋଟ ୧୭ଟି ସେସନ ରହିଛି ।