ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର , କାହିଁକି ଜାଣନ୍ତୁ

Jan 9, 2024 - 12:40
 7
ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର , କାହିଁକି ଜାଣନ୍ତୁ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ଅତିଥି ହେବେ ପିଏମ ଆବାସ ହିତାଧିକାରୀ । ଏଥିପାଇଁ ଦିଲ୍ଲୀରୁ ଡାକରା ଆସିଛି । ସାଧାରଣତନ୍ତ୍ର ଦିବସ ଅବସରରେ ସ୍ୱତନ୍ତ୍ର ଅତଥି ଭାବେ କର୍ତବ୍ୟ ପଥରେ ସାମିଲ ହେବେ । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର ।

ଆସନ୍ତା ୨୫ ତାରିଖ ସକାଳ ସୁ୍ଦ୍ଧା ପିଏମ ଆବାସ ହିତାଧିକାରୀଙ୍କୁ ନେଇ ନୋଡାଲ ଅଫିସର ଦିଲ୍ଲୀ ପହଞ୍ଚିବାକୁ ଚିଠିରେ କୁହାଯାଇଛି । ୨୫ ତାରିଖରେ ଦିଲ୍ଲୀରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସହ ରାତ୍ରିଭୋଜନରେ ସାମିଲ ହେବେ ଆବାସ ହିତାଧିକାରୀ । ଏହାପରେ ୨୬ ତାରିଖରେ କର୍ତ୍ତବ୍ୟ ପଥରେ ହେବାକୁ ଥିବା ପରେଡ ଦେଖିବେ ପିଏମ ଆବାସ ହିତାଧିକାରୀ । କେନ୍ଦ୍ର ସରକାର ମୁଖ୍ୟ ଶାସନ ସଚିବଙ୍କ ପାଖକୁ ପଠାଇଥିବା ଚିଠିରେ କେତେ ହିତାଧିକାରୀ ଓ କେଉଁ ହିତାଧିକାରୀ ସ୍ୱତନ୍ତ୍ର ଅତିଥି ହେବେ ତାହା ଉଲ୍ଲେଖ କରାଯାଇ ନାହିଁ ।