ବିଜେପି ବିରୋଧରେ ଭୋଟ୍‌ ଦେବାକୁ ଅନୁରୋଧ କରୁଛନ୍ତି ଅଭିନେତା ଅମୀର ଖାନ୍‌! 

VIRAL VIDEO AMIR KHAN

Oct 2, 2023 - 02:23
 4
ବିଜେପି ବିରୋଧରେ ଭୋଟ୍‌ ଦେବାକୁ ଅନୁରୋଧ କରୁଛନ୍ତି ଅଭିନେତା ଅମୀର ଖାନ୍‌! 

ମୁମ୍ବାଇ: ଭାରତରେ ବିଭିନ୍ନ ରାଜ୍ୟରେ ସାଧାରଣ ନିର୍ବାଚନ ପ୍ରଚାର ଆରମ୍ଭ ହେଲାଣି । ଆଉ ଅଳ୍ପଦିନ ପରେ ଲୋକସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଥିବାରୁ ରାଜନୈତିକ ଦଳମାନେ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି । ତେବେ କିଛି ଦିନ ତଳେ ବଲିଉଡ ଅଭିନେତା ଆମୀର ଖାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଅନେକ ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମ ପୋଷ୍ଟ ଅନୁଯାୟୀ ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ଆମୀର ଖାନ ଏକ ଭିଡିଓ ଅପଲୋଡ୍‌ କରିଛନ୍ତି ଯେଉଁଠାରେ ସେ ଭାରତର ନାଗରିକମାନଙ୍କୁ ଦାୟିତ୍ୱବୋଧ ତୁଲାନ୍ତୁ ଓ ବୁଝିବିଚାରି ଭୋଟ୍‌ ଦେବାକୁ ଏବଂ ବର୍ତ୍ତମାନର ବିଜେପି ସରକାର ବିରୋଧରେ ଭୋଟ୍‌ ଦେବାକୁ ଅନୁରୋଧ କରୁଛନ୍ତି, ଏହି ଭିଡିଓକୁ ନେଇ ବହୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆମୀର ଖାନଙ୍କ ଭାଇରାଲ ଭିଡିଓ ଇନଷ୍ଟାଗ୍ରାମରେ " meraj_lifeline7’ ନାମକ ଜଣେ ଉପଭୋକ୍ତା ସେୟାର କରିଛନ୍ତି ଏବଂ ଏପର୍ଯ୍ୟନ୍ତ ୫୭,୦୦୦ ରୁ ଅଧିକ ଥର ଏହାକୁ ଲୋକ ଦେଖିଛନ୍ତି । ଭିଡିଓଟି ସେପ୍‌ଟେମ୍ବର ୧୧ ରେ ଏକ ବିଭ୍ରାନ୍ତିକର କ୍ୟାପସନ୍‌ ସହିତ ପୋଷ୍ଟ କରାଯାଇଥିବା ଜଣାପଡିଛି ।

ଭାଇରାଲ ଭିଡିଓ ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ ଏହା ନକଲି ଏବଂ ଏହା ପ୍ରକୃତରେ ୨୦୧୯ରୁ ତିଆରି ହୋଇଛି ଯେଉଁଠାରେ ଆମୀର ଖାନ ଏକ ବିଜ୍ଞାପନ କରିଥିଲେ ଯେଉଁ ଥିରେ ଅମୀର ଭୋଟ୍‌ ଦେବା ପୂର୍ବରୁ ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କୁ ଜାଣିବା ପାଇଁ ଭୋଟରଙ୍କୁ ନିବେଦନ କରୁଛନ୍ତି । କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ବିଷୟରେ ଏଥିରେ କିଛି ଉଲ୍ଲେଖ ନାହିଁ ଏବଂ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏକ ଜନସେବା ଘୋଷଣା ଭାବରେ ଏହା ପ୍ରକାଶ ପାଇଛି । ତେଣୁ ଭାଇରାଲ ଇନଷ୍ଟାଗ୍ରାମ ପୋଷ୍ଟର ଦାବି ମିଛ ଅଟେ ।