ଅଚଳ ହେଲା ଏକ୍ସ, ଅସନ୍ତୋଷ ବ୍ୟକ୍ତ କଲେ ୟୁଜର୍ସ
ଭୁବନେଶ୍ୱର:ଅଚଳ ହେଲା ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ । ବିଶ୍ବ ସ୍ତରରେ ଏକ୍ସ ଅଚଳ ହୋଇଯାଇଛି । ଆକାଉଣ୍ଟ ଆକ୍ସେସ୍ ହୋଇପାରୁନଥିବା ନେଇ ଅଭିଯୋଗ କରିଛନ୍ତି ୟୁଜର୍ସ । ଉଭୟ ମୋବାଇଲର ଏବଂ ଓ୍ବେବରେ ଅଚଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ୟୁଜର୍ସ। ତେବେ ଏକ୍ସର ଡାଉନ ନେଇ ଆଉଟେଡ ଟ୍ରାକିଂ ଓ୍ବେବସାଇଟ ଡାଉନ ଡିଟେକ୍ଟର ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ଉଭୟ ଓ୍ବେବସାଇଟ ଏବଂ ମୋବାଇଲ ଫିଡରେ ଏକ୍ସ ଖୋଲିବା ମାତ୍ରେ ପୋଷ୍ଟ ବଦଳରେ କେବଳ ଓ୍ବେଲକମ ଟୁ ଏକ୍ସ ହିଁ ଦେଖାଯାଉଛି। ଅନେକ ୟୁଜର୍ସ ଏନେଇ ଅଭିଯୋଗ କରିଛନ୍ତି। କହିରଖୁଛୁ କି, ଏହି ସମସ୍ୟା କେବଳ ଏକ୍ସରେ ନୁହେଁ ବରଂ ଏକ୍ସ ପ୍ରୋରେ ମଧ୍ୟ ଦେଖିବାକୁ ମିଳିଛି।
ଏକ୍ସରେ ପ୍ରୋ'ରେ ଯେତେବେଳେ ୟୁଜର୍ସ ଏହାକୁ ଆକ୍ସେସ୍ କରିବା ପାଇଁ ଚେଷ୍ଟା କରୁଛନ୍ତି ସେତେବେଳେ ଓ୍ବେଟିଂ ଫର ପୋଷ୍ଟ ନଜର ଆସୁଛି । ତେବେ ପାଖାପାଖି ୪୭୦୦୦ ୟୁଜର୍ସ ଏକ୍ସ ଏବଂ ଏକ୍ସ ପ୍ରୋରେ ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ନେଇ ଡାଉନ ଡିଟେକ୍ଟର ପକ୍ଷରୁ ତଥ୍ୟ ଉପସ୍ଥାପନା କରାଯାଇଛି । ଦିନ ୧୧ଟାରୁ ବର୍ତ୍ତମାନ ଖବର ଲେଖାଯିବା ପର୍ୟ୍ୟନ୍ତ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ୟୁଜର୍ସ ।
ତେବେ ଏକ୍ସରେ ଡାଉନ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମାର୍ଚ୍ଚ ଏବଂ ଜୁଲାଇରେ ମଧ୍ୟ ପ୍ଲାଟଫର୍ମରେ ଆଉଟ୍ରେଜ୍ ଦେଖିବାକୁ ମିଳିଥିଲା । ତେବେ ବ୍ରିଟେନ ଏବଂ ଆମେରିକାରେ ଏକ୍ସ ୧୩୦୦୦ରୁ ଅଧିକ ଥର ଡାଉନ ହୋଇଥିବା ନେଇ ଜୁଲାଇ ମାସରେ ଡାଉନ ଡିଟେକ୍ଟର ପକ୍ଷରୁ ସୂଚନା ଦିଆଯାଇଥିଲା ।