ସର୍ବନିମ୍ନ ସ୍ତରରେ ସୁନା

Oct 6, 2023 - 11:24
 6
ସର୍ବନିମ୍ନ ସ୍ତରରେ ସୁନା

ମୁମ୍ବାଇ : ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ସତ୍ତ୍ବେ ଦେଶରେ ସୁନାଦର କମିଚାଲିଛି ଓ ୭ ମାସର ସର୍ବନିମ୍ନ ଦରରେ ପହଞ୍ଚିଛି । ଆମେରିକୀୟ ବଜାର ପ୍ରଭାବରୁ ଅନ୍ତର୍ଜାତୀୟ ବଜାରରେ ସୁନାଦର କମୁଛି, ଏହା ଯୋଗୁଁ ଭାରତରେ ବି ସୁନା ଦର ଆଗରୁ ଆହୁରି କମିପାରେ।ଆମେରିକୀୟ ଡଲାର ମଜବୁତ ହେବା ଏବଂ ଆମେରିକୀୟ ଡଲାର ସୂଚକାଙ୍କ ୧୧ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ଫଳରେ ଘରୋଇ ଓ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ମୂଲ୍ୟ ଉପରେ ଚାପ ପଡ଼ିଥିଲା ଏବଂ ଏହା ୭ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା। ବିଶ୍ୱ ବଜାରରେ ସୁନା ମୂଲ୍ୟରେ ବ୍ୟାପକ ହ୍ରାସ ଘଟି ଆଉନ୍ସ ପିଛା ପ୍ରାୟ ୧,୮୧୫ ଡଲାରରେ ପହଞ୍ଚିଛି । ଏହାର ପ୍ରଭାବ ଯୋଗୁଁ ଗୁରୁବାର ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ଟ.୫୬,୫୫୫ ଟଙ୍କା ଓ ୨୨ କ୍ୟାରେଟ ସୁନା ଦର ୫୧,୮୦୪ ଟଙ୍କାକୁ ହ୍ରାସ ପାଇଛି ।