ଓଜନ କମାଏ ପୁଦିନା ଚା’
ପୁଦିନାର ଚା’ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏହା ଅନେକ ରୋଗରୁ ମୁକ୍ତି ଦେଇଥାଏ। ପୁଦିନା ଚା’ ଅନ୍ତନଳୀ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ଏବଂ ଓଜନ ହ୍ରାସ କରିବାରେ ସହାୟକ ହୁଏ। ଏହା ବ୍ୟତୀତ ମୁଣ୍ଡବିନ୍ଧା ଏବଂ ପେଟ ଯନ୍ତ୍ରଣାରୁ ମଧ୍ୟ ଆରାମ ମିଳିଥାଏ।
ପୁଦିନାରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଯୋଗୁଁ ଏହାକୁ ଅର୍ଗାନିକ୍ ଟୁଥପେଷ୍ଟରେ ମଧ୍ୟ ବ୍ୟବହୃତ କରାଯାଏ। ଏହା ପାଟିରେ ଜୀବାଣୁ ବଢିବାକୁ ରୋକିଥାଏ। ଖାଲି ପେଟରେ ପୁଦିନା ପତ୍ର ଚୋବାଇବା ଦ୍ୱାରା ପାଟିର ସ୍ୱାସ୍ଥ୍ୟ ଭଲ ରହିଥାଏ।
ପୁଦିନାର ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଯୋଗୁଁ, ଏହା ସାଇନସ୍ ଭଳି ସମସ୍ୟାରୁ ରକ୍ଷା କରିଥାଏ। ପୁଦିନାରେ ଆଣ୍ଟି-ଭାଇରାଲ୍ ଗୁଣ ରହିଛି । ସାଧାରଣ ଥଣ୍ଡା କିମ୍ବା ସ୍ୱାଇନ୍ ଫ୍ଲ ପାଇଁ ଏହା ଏକ ଉତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ। ପୁଦିନା ଟାବଲେଟକୁ ପାଣିରେ ମିଶାଇ ଏହାର ବାମ୍ଫ ନେବା ଦ୍ୱାରା ଥଣ୍ଡା ଏବଂ କାଶ ସମସ୍ୟାରୁ ଅନେକ ଆରାମ ମିଳିଥାଏ। ପୁଦିନା ଚା’ ମଧ୍ୟ ପିରିୟଡ ଯନ୍ତ୍ରଣାକୁ କମ୍ କରିଥାଏ।
ପୁଦିନା ଚା’ ଶକ୍ତି ଦେବାରେ ବହୁତ ସାହାଯ୍ୟ କରିଥାଏ। ଏହା କ୍ୟାଲୋରୀ ଏବଂ ଫ୍ୟାଟ୍ରୁ ସମ୍ପୂର୍ଣ୍ଣ ମୁକ୍ତ। ଏହାକୁ ପିଇବା ପରେ ଭଲ ନିଦ ହୋଇଥାଏ। ଏହା ସଂକ୍ରମଣ ବିରୁଦ୍ଧରେ ମଧ୍ୟ ଲାଭଦାୟକ ହୋଇଥାଏ। ଇ.କୋଲି ଏବଂ ଲିଷ୍ଟେରିଆ ଇତ୍ୟାଦି ବ୍ୟାକ୍ଟେରିଆର ବୃଦ୍ଧିକୁ ପ୍ରତିରୋଧ କରିବାରେ ପ୍ରଭାବଶାଳୀ ହୋଇଥାଏ।