ଯୋଗୀଙ୍କୁ ହତ୍ୟା ଧମକ
ଲକ୍ଷ୍ମୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏହି ହତ୍ୟା ଧମକ ଦେଇଥିବା ଜଣାପଡିଛି । ଏଥିସହ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କରାଇ ନଦେବା ପାଇଁ ସେ ଧମକ ଦେଇଛି । ତେବେ ଅଯୋଧ୍ୟାରେ ଉତ୍ତରପ୍ରଦେଶ ଏଟିଏସ ୩ ଜଣ ଖଲିସ୍ତାନୀଙ୍କୁ ହେପାଜତରେ ନେବା ପରେ ଏହି ଧମକପୂର୍ଣ୍ଣ ଅଡିଓ ଜାରି କରିଛି ପନ୍ନୁ । ଅଡିଓରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେବା ସହ ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ବନ୍ଦ କରିଦେବା ନେଇ କହିଛି । ଏଥିସହ ଖଲିସ୍ତାନୀ ସାଥିମାନଙ୍କୁ ଅଯଥାରେ ହଇରାଣ ନ କରିବାକୁ ପନ୍ନୁ ଚେତାବନୀ ଦେଇଛି ।
ଅଯୋଧ୍ୟାରେ ୟୁପି ଏଟିଏସ ୩ଜଣ ଖଲିସ୍ତାନୀଙ୍କୁ ହେପାଜତରେ ନେବା ପରେ ଏହି ଧମକପୂର୍ଣ୍ଣ ଅଡିଓ ଜାରି କରିଛି ପନ୍ନୁ । ୟୁନାଇଟେଡ କିଙ୍ଗଡମର ଏକ ନମ୍ବରରୁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଏହି ରେକଡିଂ ଜାରି କରିଛି । ଅଡିଓ ଅନୁଯାୟୀ, " ଅଯୋଧ୍ୟାରେ ୟୁପି ପୋଲିସ ୩ ଜଣଙ୍କୁ ଗିରଫ କରି ତାଙ୍କ ବିରୋଧରେ ମିଛ କେସ କରି ଫସାଇବାକୁ ଚାହୁଁଛି । ତାଙ୍କ ଉପରେ ଅତ୍ୟାଚାର କରାଯାଉଛି । ତାଙ୍କୁ ଛଡ଼ାନଗଲେ ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଏସଏଫଜେ ପାଖରୁ କେହି ବଞ୍ଚାଇପାରିବେ ନାହିଁ । ଏସଏଫଜେ ପକ୍ଷରୁ ୨୨ ଜାନୁଆରୀରେ ଏହାର ଜବାବ ଦିଆଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ରାଜନୈତିକ ହତ୍ୟା କରାଯିବ ବୋଲି ଏହି ଅଡିଓରେ କୁହାଯାଇଛି ।