ନନ୍ଦନକାନନକୁ ଆସିଲେ ୪ ନୂଆ ଅତିଥି

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି । ହାଇଦ୍ରାବାଦରୁ ୨ ପ୍ରଜାତିର ୪ଟି ଜୀବଜନ୍ତୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି । ଏମାନଙ୍କ ମଧ୍ୟରେ ଅଣ୍ଡିରା ଓ ମାଈ ସୁନେଲୀ ରଙ୍ଗର ତାମାରିନ ଏକ ଯୋଡା ମାଙ୍କଡ଼ ଓ ଗୁଣ୍ଡୁଚି ମାଙ୍କଡ଼ ଅଛନ୍ତି । ସେମାନଙ୍କୁ ନୂତନ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି ।
ସେଠାରେ ପ୍ରାଣୀ ଚିକିତ୍ସକ ମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ସିସିଟିଭି ମାଧ୍ୟମରେ ନଜର ରଖିଛନ୍ତି। ପ୍ରାୟ ଏକ ମାସ ରଖାଯିବା ପରେ ସେମାନଙ୍କୁ ଖୁଆଡକୁ ଅଣାଯିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ କହିଛନ୍ତି । ପ୍ରାଣୀ ଉଦ୍ୟାନରେ ପ୍ରାୟ ୨୪ ପ୍ରଜାତିର ଜୀବଜନ୍ତୁ ମାନଙ୍କର ବଂଶ ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ଚଳିତ ବର୍ଷ ୨୪ଟି ନୂଆ ଜୀବଜନ୍ତୁ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।