ପି-୨୦ ସମ୍ମିଳନୀ, ଏବେ ସମସ୍ତେ ଏକାଠି ହେବା ଉଚିତ, ମୋଦୀ

Oct 13, 2023 - 08:37
 10
ପି-୨୦ ସମ୍ମିଳନୀ, ଏବେ ସମସ୍ତେ ଏକାଠି ହେବା ଉଚିତ, ମୋଦୀ

ନୂଆଦିଲ୍ଲୀ: 'ସଂସଦ -୨୦' ଶିଖର ସମ୍ମିଳନୀ ଅର୍ଥାତ୍‌ ପି-୨୦ ଭାରତରେ ଆୟୋଜିତ ହେଉଛି । ଏହି କାର୍ଯ୍ୟକ୍ରମର ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପି -୨୦ ଦେଶର ନେତାମାନଙ୍କୁ ସମ୍ବୋଧିତ କରିଥିଲେ । ସେ କହିଛନ୍ତି ଯେ ଏହି ଶିଖର ସମ୍ମିଳନୀ ହେଉଛି ମହାକୁମ୍ଭ ।  ୧୩-୧୪ ଅକ୍ଟୋବରରେ ପି-୨୦ ଶିଖର ସମ୍ମିଳନୀ ଆୟୋଜିତ ହେଉଛି । ପି -୨୦ ଦେଶର ସଂସଦର ବାଚସ୍ପତି ଏବଂ ବକ୍ତାମାନେ ଏଥିରେ ଭାଗ ନେଇଛନ୍ତି ।

ପି -୨୦ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ ଦୁନିଆର କୌଣସି କୋଣରେ ଯାହା ଘଟୁଛି ତାହା କାହାକୁ ଅଛପା ନାହିଁ । ଆମକୁ ଗୋଟିଏ ପରିବାର ଭାବରେ ଦୁନିଆକୁ ଦେଖିବାକୁ ପଡିବ । ଦ୍ୱନ୍ଦ୍ୱ କାହାର ସ୍ୱାର୍ଥରେ ନୁହେଁ । ଏହା ଶାନ୍ତିର ସମୟ ଅଟେ । ସମସ୍ତେ ଏକାଠି ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗତ ଏକ ସପ୍ତାହ ଧରି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଏକ ଯୁଦ୍ଧ ଚାଲିଛି, ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି ।