ସ୍କ୍ରବ୍‌ ଟାଇଫସ: ସୁନ୍ଦରଗଡ଼ରେ ଆଉ ୯ ପଜିଟିଭ ଚିହ୍ନଟ୍

Sep 24, 2023 - 06:59
 4
ସ୍କ୍ରବ୍‌ ଟାଇଫସ: ସୁନ୍ଦରଗଡ଼ରେ ଆଉ ୯ ପଜିଟିଭ ଚିହ୍ନଟ୍

ସୁନ୍ଦରଗଡ଼: ଦିନକୁ ଦିନ  ସ୍କ୍ରବ୍‌ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ଆଉ ୯ ଜଣ ସଂକ୍ରମିତ  ଚିହ୍ନଟ ହେବା ପରେ ଏହି ସଂଖ୍ୟା ୨୩୦ରେ  ପହଞ୍ଚିଛି । ୩୯ ଜଣଙ୍କ ରକ୍ତ ନମୁନା ପରୀକ୍ଷା  ପାଇଁ ଯାଇଥିଲା । ସେମାନଙ୍କ ମଧ୍ୟରୁ ୦୯  ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍କ୍ରବ୍‌ ଟାଇଫସ ଉପରେ ବ୍ରେକ୍‌ ଲଗାଇବା ଲାଗି  ସମସ୍ତ ବ୍ଲକରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ଲୋକଙ୍କୁ ସଚେତନ କରାଯାଉଛି । ଏପରିକି  ଜ୍ୱର କିମ୍ବା ଶରୀର ବିନ୍ଧା ହେଲେ ତୁରନ୍ତ  ଡାକ୍ତରଖାନା ଆସି ଡାକ୍ତରଙ୍କ ପରାମର୍ଶ ନେବା  ସହ ଔଷଧ ଖାଇବା ପାଇଁ କୁହାଯାଉଛି ।  ଅନେକ ଲୋକ ଡାକ୍ତରଖାନାକୁ ଆସି  ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଉଛନ୍ତି ।  ଫଳରେ ପ୍ରାୟ ୧୯୮ ଜଣ ସୁସ୍ଥ ହୋଇ  ସାରିଲେଣି ।