ରେଭ୍ ପାର୍ଟି’ରେ ସାପବିଷ

ନୋଇଡ଼ା: ଗୁରୁବାର ରାତିରେ ନୋଇଡ଼ାରେ ଚାଲିଥିବା ଏକ ‘ରେଭ୍ ପାର୍ଟି’ରେ (ଡ୍ୟାନ୍ସ୍ ପାର୍ଟି) ଚଢ଼ଉ କରି ପୁଲିସ ‘ବିଗ୍ ବସ୍ ଓଟିଟି’ ବିଜୟୀ ଏଲ୍ଭିସ୍ ଯାଦବଙ୍କର ୫ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିବା କଥା ଆଜି ପୁଲିସ କହିଛି।ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି ଏଲ୍ଭିସ୍ ସାପଟିଏ ଧରି ଖେଳୁଛନ୍ତି। ୫ ସହଯୋଗୀଙ୍କ ସମେତ ଏଲ୍ଭିସ୍ଙ୍କ ନାଁ ବି ମାମଲା ରୁଜୁ କରାଯାଇଛି ବୋଲି ପୁଲିସସୂତ୍ରରୁ ପ୍ରକାଶ। ସେ ୫ଜଣ ହେଉଛନ୍ତି ରାହୁଲ୍, ଟିଟୁନାଥ, ଜୟକରଣ, ନାରାୟଣ ଓ ରବିନାଥ।
ଚଢ଼ଉ ବେଳେ ସେମାନଙ୍କ ନିକଟରୁ ୨୦ ମିଲିଗ୍ରାମ୍ ସାପବିଷ ଓ ୯ଟି ବିଷଧର ସାପଙ୍କୁ ଉଦ୍ଧାର କରାଯାଇଛି। ସେଗୁଡ଼ିକ ମଧ୍ୟରେ ଅଛନ୍ତି ୫ଟି ନାଗ, ଗୋଟାଏ ଅଜଗର, ଗୋଟାଏ ଦୁଇମୁଣ୍ଡିଆ ସାପ ଓ ଗୋଟାଏ ଢମଣା।ସାଂସଦ ମେନକା ଗାନ୍ଧୀଙ୍କ ‘ପିପୁଲ୍ ଫର୍ ଆନିମଲ୍’ ‘ଏନ୍ଜିଓ’ର ପ୍ରାଣୀ ମଙ୍ଗଳ ଅଧିକାରୀ ଗୌରବ ଗୁପ୍ତା ଏହି ‘ରେଭ୍ ପାର୍ଟି’ ବିରୋଧରେ ଥାନାରେ ଅଭିଯୋଗ କରିଥିଲା