ଆଇସିୟୁରେ ସୁଶାନ୍ତ ଧଳସାମନ୍ତ
କଟକ: ଆଇସିୟୁରେ ଭର୍ତ୍ତି ହୋଇଛିନ୍ତି ଗ୍ୟାଙ୍ଗଷ୍ଟର୍ ସୁଶାନ୍ତ ଧଳସାମନ୍ତ। କଟକ ଏସସିବି କାର୍ଡିଓଲୋଜି ଆଇସିୟୁରେ ସୁଶାନ୍ତ ଧଳସାମନ୍ତ ଭର୍ତ୍ତି ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜୋନ-୨ ଏସିପି। ସୁଶାନ୍ତ ଧଳସାମନ୍ତ ଏସସିବିରେ ଭର୍ତ୍ତି ହେବା ପରେ ସୁରକ୍ଷା ବ୍ୟବସ୍ଥା ନେଇ ଜୋନ-୨ ଏସିପି କହିଛନ୍ତି, ସୁଶାନ୍ତ ଧଳସାମନ୍ତ ପାଇଁ ଝଉଈରେ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୋର୍ଟଙ୍କ ବିନା ଅନୁମତିରେ ସୁଶାନ୍ତଙ୍କୁ କେହି ଭେଟିପାରିବେ ନାହିଁ। ବାହାର ଖାଦ୍ୟ ଦିଆଯିବ ନାହିଁ। କେବଳ ମେଡିକାଲ ଖାଦ୍ୟ ଖାଇବେ ସୁଶାନ୍ତ ଧଳସାମନ୍ତ । ଏସିପି ଏବଂ ଆଇଆଇସି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ।
ସୂଚନାଯୋଗ୍ୟ, ଗତକାଲି ବୁର୍ଲା ଭୀମସାରରୁ କଟକ ଏସସିବି ସ୍ଥାନାନ୍ତର ହୋଇଥିଲେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ। ଗତ ୧୭ ତାରିଖରେ ବଲାଙ୍ଗିର ଜେଲରୁ ସୁଶାନ୍ତ ଧଳସାମନ୍ତଙ୍କୁ ଅଣାଯାଇଥିଲା ଭୀମସାର। ଭୀମସାରରୁ ଲାଇଫ ସପୋର୍ଟ ସିଷ୍ଟମ ଆମ୍ବୁଲାନ୍ସ ଯୋଗେ କଟକ ଅଣାଯାଇଥିଲା।ସୁଶାନ୍ତ ଧଳସାମନ୍ତଙ୍କୁ ହାର୍ଟଆଟାକ ସହ ଉଚ୍ଚ ରକ୍ତଚାପର ସମସ୍ୟା ରହିଛି ।