ଅରୁଣାଚଳ ପ୍ରଦେଶରେ ପୁଣି ସରକାର ଗଢିବ ବିଜେପି

Jun 2, 2024 - 13:37
 4664
ଅରୁଣାଚଳ ପ୍ରଦେଶରେ ପୁଣି ସରକାର ଗଢିବ ବିଜେପି

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ପୁଣି ସରକାର ଗଢିବ ବିଜେପି । ଆଜି ଏହି ରାଜ୍ୟର ନିର୍ବାଚନ ଫଳାଫଳ ସାମ୍ନାକୁ ଆସୁଥିବାବେଳେ, ରାଜ୍ୟର ୬୦ ବିଧାନସଭା ଆସନରୁ ୩୧ଟି ଆସନରେ ବିଜୟ ଲାଭ କରି ବହୁମତ ହାସଲ କରିଛି ବିଜେପି । ତେବେ ବର୍ତ୍ତମାନ ସୁଦ୍ଧା ଦଳ ୩୧ଟି ଆସନରେ ବିଜୟ ଲାଭ କରିବା ସହିତ ୧୪ଟି ଆସନରେ ଆଗୁଆ ରହିଛି । ଗଣତି ପ୍ରକ୍ରିୟା ଚାଲୁଥିବାରୁ ସିଟ୍ ସଂଖ୍ୟା ବୃଦ୍ଧି ପାଇ ପାରେ ବୋଲି ଅନୁମାନ କରାଯାଉଛି । ହେଲେ ୩୧ ସିଟ୍ ବିଜୟ ସହିତ ଅରୁଣାଚଳ ପ୍ରଦେଶରେ ବିଜେପି ପୁଣିଥରେ ସରକାର ଗଢିବାକୁ ଯାଉଥିବା ସ୍ପଷ୍ଟ ହେଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅରୁଣାଚଳ ପ୍ରଦେଶରେ ବିଜେପିର ଏହି ବମ୍ପର ବିଜୟ ପଛରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କୁ ପ୍ରଚ୍ଛଦ ହାତ ରହିଥିବା କୁହାଯାଉଛି । ତାଙ୍କ ନେତୃତ୍ୱରେ ବିଜେପି ସେଠାରେ ମୈଦାନକୁ ଓହ୍ଲାଇଥିବାବେଳେ, ଏବେ ଏକତରଫା ବିଜୟ ହାସଲ କରୁଛି ।