ଅଶ୍ୱିନୀଙ୍କ ନାମାଙ୍କନବେଳେ ବିଜେଡିରୁ କେହି ଆସିଲେନି

Feb 15, 2024 - 11:18
 6
ଅଶ୍ୱିନୀଙ୍କ ନାମାଙ୍କନବେଳେ ବିଜେଡିରୁ କେହି ଆସିଲେନି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ଭରିଛନ୍ତି । ୧୦ ଜଣ ପ୍ରସ୍ତାବକଙ୍କ ଉପସ୍ଥିତିରେ ଶ୍ରୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀଭାବେ ନାମାଙ୍କନ ଭରିଛନ୍ତି । ଓଡ଼ିଶାରୁ ତୃତୀୟ ପ୍ରାର୍ଥୀଭାବେ ସେ ପ୍ରାର୍ଥôପତ୍ର ଦାଖଲ କରିଛନ୍ତି । ଅଶ୍ୱିନୀ ବୈଷ୍ଣବ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେଡି ପକ୍ଷରୁ ସମର୍ଥନ କରାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଲା ଯେ ଆଜି ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥôପତ୍ର ଦାଖଲ ବେଳେ ବିଜେଡି ପକ୍ଷରୁ କେହି ଉପସ୍ଥିତ ନଥିଲେ । କିନ୍ତୁ ୨୦୧୯ ମସିହାରେ ଅଶ୍ୱିନୀ  ବୈଷ୍ଣବଙ୍କ ପ୍ରାର୍ଥôପତ୍ର ଦାଖଲ ବେଳେ ଏଭଳି ପରିସ୍ଥିତି ଦେଖିବାକୁ ମିଳିନଥିଲା ।