ଆଜି ଆସୁଛନ୍ତି ମୋଦୀ

May 5, 2024 - 11:03
 4465
ଆଜି ଆସୁଛନ୍ତି ମୋଦୀ

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ରାତିରେ ଓଡ଼ିଶା ଆସିବେ  । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ, ନରେନ୍ଦ୍ର ମୋଦି ଆସନ୍ତାକାଲି ରାତି ୯ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସେଠାରେ ତାଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯିବ । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି ରାତ୍ରିଯାପନ କରିବାପରେ ୬ତାରିଖ ସକାଳ ୧୦ଟାରେ ବ୍ରହ୍ମପୁର ନିକଟସ୍ଥ କନିସି ଛକ ଓ ମଧ୍ୟାହ୍ନ ସାଢ଼େ ୧୨ଟାରେ ନବରଙ୍ଗପୁରର ଚିକିଲି ଛକଠାରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବାର କାର୍ୟ୍ୟକ୍ରମ ରହିଛି ବୋଲି ସେ ସୂଚନା ଦେଇଛନ୍ତି ।