ଆଜି ଇସ୍ତଫା ଦେବେ ନବୀନ

ଭୁବନେଶ୍ୱର: ଆଜି ଇସ୍ତଫା ଦେବେ ନବୀନ। ଇସ୍ତଫା ଦେବାକୁ ରାଜଭବନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୧୧ଟା ୩୫ରୁ ୧୧ଟା ୪୫ ପର୍ୟ୍ୟନ୍ତ ସେ ରାଜଭନବରେ ରହିବେ। ନବୀନ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଇ ସେ ନବୀନ ନିବାସ ଫେରିଯିବେ।ଚଳିତ ନିର୍ବାଚନରେ ବିଜେଡିର ଦୁର୍ଗ ଭୁଶୁଡ଼ିଯାଇଛି। ଦଳକୁ ମାତ୍ର ୫୧ଟି ଆସନ ମିଳିଛି। ଏମିତିକି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାସ୍ତ ହୋଇଛନ୍ତି। ଦୁଇଟି ଆସନରୁ ଲଢ଼ିଥିବା ନବୀନ ଗୋଟିଏ ଆସନରେ ପରାସ୍ତ ହୋଇଛନ୍ତି।
କଣ୍ଟାବାଞ୍ଜି ଆସନରୁ ନବୀନ ୧୬ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିବା ବେଳେ ହିଞ୍ଜିଳି ଆସନରୁ ମାତ୍ର ୪ହଜାରରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ୫୧ଟି ସିଟ୍ ଜିତିଥିବା ବିଜେଡି ଲୋକସଭା ନିର୍ବାଚନରେ ବିପର୍ୟ୍ୟୟରେ ସମ୍ମୁଖୀନ ହୋଇଛି। ଦଳକୁ ଗୋଟିଏ ବି ଆସନ ମିଳିନାହିଁ।