ଆଜି ବସିବ ଏନ୍ଡିଏର ଗୁରୁତ୍ଵପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ : ଅଷ୍ଟାଦଶ ଲୋକସଭା ନିର୍ବାଚନର ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଘୋଷିତ ନିର୍ବାଚନ ଫଳ ଅନୁଯାୟୀ ବିଜେପି ନେତୃତ୍ବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପୁଣି ଥରେ ଦେଶରେ ସରକାର ଗଠନ କରିବା ଲାଗି ବହୁମତ ହାସଲ କରିଛି। ଏନଡିଏ ଉପରେ ତୃତୀୟ ଥର ପାଇଁ ଦେଶବାସୀ ଭରସା କରିଛନ୍ତି। ତେବେ ଚଳିତ ନିର୍ବାଚନରେ ଏନଡିଏକୁ ପୂର୍ବାପେକ୍ଷା କମ୍ ସଫଳତା ମିଳିଛି। ଏନ୍ଡିଏକୁ ୨୯୩ଟି ଆସନ ମିଳିଥିବାବେଳେ ବିରୋଧୀ ‘ଇଣ୍ଡିଆ’କୁ ୨୩୨ଟି ଆସନ ମିଳିଛି। ଅନ୍ୟାନ୍ୟ ଦଳକୁ ୧୮ଟି ଆସନ ପାଇଛନ୍ତି। ଏହି ନିର୍ବାଚନ ଫଳ ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ବୁଥ ବାହୁଡା ମତ (ଏକଜିଟ୍ ପୋଲ୍)କୁ ଭୁଲ୍ ପ୍ରମାଣିତ କରିଛି। ସେପଟେ ବିଜୟ ପରେ ଆଜି ଦିଲ୍ଲୀରେ ବସିବ ଏନଡିଏର ଗୁରୁତ୍ଵପୂର୍ଣ୍ଣ ବୈଠକ। ଅପରାହ୍ନ ୪ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ ଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗଦେବା ନେଇ ସୂଚନା ରହିଛି।