ଆତଙ୍କବାଦୀ ହମ୍‌ଲା, ଜଣେ ଯବାନ ସହିଦ

May 5, 2024 - 11:06
 5153
ଆତଙ୍କବାଦୀ ହମ୍‌ଲା, ଜଣେ ଯବାନ ସହିଦ

ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଜମ୍ମୁ କଶ୍ମୀରର ପୁଞ୍ଛ ଜିଲ୍ଲାରେ ବାୟୁସେନା କନଭୟ ଉପରକୁ ବଡ ଧରଣର ଆତଙ୍କବାଦୀ ହମ୍‌ଲା ହୋଇଥିଲା। ଏହି ଅକ୍ରମଣରେ ଆହତ ହୋଇଥିବା ୫ ଜଣ ଯବାନଙ୍କ ମଧ୍ୟରୁ ଆଜି ଜଣେ ସହିଦ ହୋଇଛନ୍ତି। ସେନା ଅଧିକାରୀଙ୍କ ତରଫରୁ ଏହି ସୂଚନା ମିଳିଛି।  ଗତକାଲି ସନ୍ଧ୍ୟାରେ ଭାରତୀୟ ବାୟୁସେନାର କନଭୟରେ ଥିବା ୨ଟି ଗାଡ଼ି ଉପରେ ଆତଙ୍କବାଦୀମାନେ ସୁରନକୋଟର ସନାଇ ଗାଁରେ ଆକ୍ରମଣ କରିଥିଲେ। ଗ୍ରେନେଡ ସହ ଆଖିବୁଜା ଗୁଳିମାଡ ହୋଇଥିଲା। ଏଥିରେ ୫ ଜଣ ଯବାନ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧମପୁର ସ୍ଥିତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଯବାନ ସହିଦ ହୋଇଛନ୍ତି। ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେନା ଓ ଜମ୍ମୁ ପୁଲିସର ଯବାନମାନେ ଘଟଣାରେ ସାମିଲ ଆତଙ୍କବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ୍‌ ଜାରି ରଖିଛନ୍ତି।