ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

May 24, 2024 - 14:33
 3786
ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଭୁବନେଶ୍ୱର: ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଘନ ଘନ ଓଡ଼ିଶା ଆସୁଛନ୍ତି ଜଣଙ୍କ ପରେ ଜଣେ କେନ୍ଦ୍ରୀୟ ନେତା। ହେଭିୱେଟଙ୍କ ପ୍ରଚାରରେ ଜମୁଛି ନିର୍ବାଚନୀ ମାହୋଲ୍। ଏହି କ୍ରମରେ ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ ସ୍ମୃତି। ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। 

ଆସନ୍ତାକାଲି ସ୍ମୃତି ଇରାନୀ ପ୍ରଥମେ ପାରାଦୀପର କୁଜଙ୍ଗଠାରେ ଜନସଭାରେ ଯୋଗ ଦେବେ। ସେଠାରୁ ସଭା ସାରି କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଆଳିରେ ନିର୍ବାଚନୀ ସଭାରେ ଯୋଗଦେବେ। ଏହାପରେ ରେମୁଣାର ଥିବା କାର୍ୟ୍ୟକ୍ରମରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି।