ରତ୍ନଭଣ୍ଡାର ଚାବି ତାମିଲନାଡୁ ଚାଲିଗଲାଣି:ମୋଦୀ

May 20, 2024 - 13:20
 3634
ରତ୍ନଭଣ୍ଡାର ଚାବି ତାମିଲନାଡୁ ଚାଲିଗଲାଣି:ମୋଦୀ

ଭୁବନେଶ୍ୱର:  ଅନୁଗୁଳ ପରେ କଟକରୁ ମଧ୍ୟ ବିଜେଡି ସରକାର ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସିଧାସଳଖ ରତ୍ନଭଣ୍ଡାର ପ୍ରସଙ୍ଗ ଉଠେଇବା ସହିତ, ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳେଇ ଯାଇଛି ବୋଲି କିଛି ଲୋକ କହିବା ଆରମ୍ଭ କଲେଣି ବୋଲି କହିଛନ୍ତି ମୋଦୀ ।
ପ୍ରଧାନମନ୍ତ୍ରୀ କଟକରେ ବିଜେପି ପାଇଁ ଭୋଟ୍ ମାଗିବା ସହିତ କହିଛନ୍ତି, ଆପଣଙ୍କ ଉତ୍ସାହ ଦେଖି ଲାଗୁଛି ୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ । ଜୁନ ୧୦ରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବା ନିଶ୍ଚିତ । ମୋଦୀ ସରକାର ଦିଲ୍ଲୀରେ ବି ଶପଥ ନେବା ନିଶ୍ଚିତ । 
କଟକ ଆଧୁନିକ ଶିକ୍ଷାର ନଗରୀ । ବିକଶିତ ଭାରତର ସାମର୍ଥ୍ୟ ବଢାଇବ କଟକ । ଓଡ଼ିଶାର ସଂସ୍କୃତି ବୁଝୁନଥିବା ଲୋକ କିଭଳି ଏହାର ନେତୃତ୍ୱ ନେବ । ବିଜେଡିକୁ ୨୫ ବର୍ଷ ଦେଲେ, ଏହାର ପରିଣାକ କ’ଣ ହେଲା ଦେଖିଲେ ।
ଓଡ଼ିଶାକୁ  ଏବେ ବିଜେଡିର ମନ୍ଥର ସରକାର ପଛକୁ ନେଇଯାଇଛି ।  ଏବେ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ବାଲା ବିଜେପି ସରକାର ଦରକାର । ଏଠାରେ ବିଜେପିର ପୂର୍ଣ୍ଣ ବହୁମତ ସରକାର ହେବାକୁ ଯାଉଛି । ବିଜେପି ହିଁ ଓଡ଼ିଶାକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବ । 
ବିଜେଡିର ଭ୍ରଷ୍ଟାଚାରୀ ରାକେଟକୁ ନେଇ ଲୋକେ ଅତିଷ୍ଠ ହେଲେଣି । ଚିଟଫଣ୍ଡ ଦୁର୍ନୀତିରେ ବିଜେଡି ଓଡ଼ିଶାର ଲୋକଙ୍କୁ ଧୋକା ଦେଇଛି । ବିଜେଡି ଓଡ଼ିଶାରକୁ ଲ୍ୟାଣ୍ଡ, ସ୍ୟାଣ୍ଡ ଓ କୋଇଲା ମାଫିଆ ଦେଇଛି । ବିଜେଡି ନେତା ମାଫିଆଗିରିରେ ପୂରା ୨୪ ଘଣ୍ଟା ଲାଗିଛନ୍ତି । ଓଡ଼ିଶାର କୌଣସି ଏମିତି ବ୍ଲକ ନାହିଁ ଯାହାର ଲୋକ ଗୁଜୁରାଟରେ ନାହାନ୍ତି । ଓଡ଼ିଶାକୁ ବରବାଦ କରିଥିବା ଲୋକଙ୍କ ପାଇଁ ଏ ନିର୍ବାଚନ ବରବାଦ ସଦୃଶ । ବିଜେଡିର କଳାଚିଠା ଏବେ ଲୋକଙ୍କ ସାମନାକୁ ଆସିଛି ।

କଂଗ୍ରେସ ଅମଳରେ ଖଣିଜ ନୀତିରୁ ୫ ହଜାର କୋଟି ମିଳିଥିଲା । ମୋଦୀ ସରକାରରେ ଖଣିଜ ନୀତିରୁ ୫୦ ହଜାର କୋଟି ଓଡ଼ିଶାକୁ ମିଳୁଛି । ଡିଏମଏଫରେ ଓଡ଼ିଶାକୁ ୨୬ ହଜାର କୋଟି ଟଙ୍କା ମିଳିଛି ।  ବିଜେଡିର ଏ ଭ୍ରଷ୍ଟ ସରକାର ଏ ଅନୁଦାନକୁ ଗୋଳମାଳ କରିଛି । ଓଡ଼ିଶାରେ ସ୍କୁଲ, ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବାର  ଅଭାବ ରହିଛି । ଏ କେନ୍ଦ୍ରୀୟ ଟଙ୍କା କାହା ପକେଟକୁ ଗଲା ବୋଲି ମୋଦୀ ପ୍ରଶ୍ନ କରିଛନ୍ତି । 
ଏହାଛଡ଼ା ମୋଦୀ କହିଛନ୍ତି ଯେ, ବିଜେଡି ନେତାଙ୍କୁ କମିଶନ ନମିଳିବା ପର୍ଯ୍ୟନ୍ତ ପ୍ରକଳ୍ପ ଅଟକାଇ ରଖୁଛନ୍ତି । ବିଜେଡି ନେତା ଆପଣଙ୍କୁ ସବୁପ୍ରକାର ଲୁଟିଚାଲିଛନ୍ତି ।  ଓଡ଼ିଶାରେ ଚାଲିଥିବା ଏ ଲୁଟତରାଜ ବନ୍ଦ ହେବା ଦରକାର । ଆପଣମାନଙ୍କ ଭୋଟ ହିଁ ଏହି ଲୁଟତରାଜ ବନ୍ଦ କରିବ । ଆପଣଙ୍କ ଭୋଟ ହିଁ ଓଡ଼ିଶାର ଭାଗ୍ୟ ବଦଳାଇପାରିବ । ବିଜେଡିର ଭ୍ରଷ୍ଟାଚାର ପାଇଁ ରାଜ୍ୟ ଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ କାମ ପାଇଁ ଯିବାକୁ ପଡ଼ୁଛି । ଜଣେ ମାଫିଆ ଯିଏ କି ପ୍ରତି ସେକ୍ଟର ଉପରେ କବଜା କରି ବସିଛି । ଜୁନ ୧୦ରେ ବିଜେଡି ସରକାର ଆସିଲେ ଏ ମାଫିଆଙ୍କ ଅଣ୍ଟା ଭଙ୍ଗାଯିବ ବୋଲି ମୋଦୀ କହିଛନ୍ତି ।