ଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋଏଲ

Mar 10, 2024 - 11:06
 5
ଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋଏଲ

ଭୁବନେଶ୍ୱର: ଭାରତୀୟ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି ଅରୁଣ ଗୋଏଲ। ଇସ୍ତଫାର କାରଣ ଏଯାଏ ଜଣାପଡ଼ିନାହିଁ। କିନ୍ତୁ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି।

ତାଙ୍କ ଇସ୍ତଫାପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଗ୍ରହଣ କରିନେଇଛନ୍ତି। ନିର୍ବାଚନ କମିଶନରେ ୩ ଜଣ ସଦସ୍ୟ ରହିଥାଆନ୍ତି। ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ବା ଇସିଆଇ ଭାବେ କାର୍ୟ୍ୟ କରୁଥିବା ବେଳେ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ବା ଇସି ଭାବେ ନିଯୁକ୍ତି ମିଳିଥିଲା। ଆଉ ଗୋଟିଏ କମିଶନର ପଦ ଖାଲି ପଡ଼ିଥିଲା। ଏବେ ଅରୁଣ ଗୋଏଲ ଇସ୍ତଫା ପରେ ୨ଟି ଯାକ କମିଶନର ପଦ ଖାଲି ହୋଇଯାଇଛି। କମିଶନରେ ଏବେ କେବଳ ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ଭାବେ ରହିଛନ୍ତି। 

ନଭେମ୍ବର ୧୯ରେ ପୂର୍ବତନ ପ୍ରଶାସନିକ ଅଧିକାରୀ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର(ଇସି) ଭାବେ ନିଯୁକ୍ତି ମିଳିଥିଲା। ଏହାକୁ ନେଇ ସେତେବେଳେ ବେଶ ବିବାଦ ହୋଇଥିଲା। କେଉଁ ନିୟମ ଓ ପ୍ରକ୍ରିୟା ଆଧାରରେ ଏପରି ନିଯୁକ୍ତି ହୋଇଛି, ସେକଥା ଜାଣିବାକୁ ଚାହିଁଥିଲେ ସୁପ୍ରିମକୋର୍ଟ। ଏଥିପାଇଁ କେନ୍ଦ୍ରକୁ ଫାଇଲ ଦାଖଲ କରିବାକୁ ବି କୁହାଯାଇଥିଲା।