ଏମିତି ଲୋକଙ୍କ ସେକ୍ସ ଲାଇଫ୍ ହୋଇଥାଏ ବହୁତ ସୁନ୍ଦର

May 11, 2024 - 12:25
 5044
ଏମିତି ଲୋକଙ୍କ ସେକ୍ସ ଲାଇଫ୍ ହୋଇଥାଏ ବହୁତ ସୁନ୍ଦର

କୌଣସି ବି ସଫଳ ବୈବାହିକ ଜୀବନ ପାଇଁ ପ୍ରେମ ବହୁତ ଗୁରୁତ୍ୱପୂର୍ଣ୍ଣ । ରିଲେସନସିପ୍ ଏକ୍ସପର୍ଟ୍ସଙ୍କ କହିବାନୁସାରେ ଭଲପାଇବା  ଓ ଭରସା ବ୍ୟତୀତ ଆଉ ଏକ ଖାସ୍ ଜିନିଷ ମଧ୍ୟ ବହୁତ ଗୁରୁତ୍ୱ ରଖିଥାଏ । ବୈବାହିକ ଜୀବନରେ ସେକ୍ସ ବହୁତ ଭୂମିକା ରଖିଥାଏ । ଏକ୍ସପର୍ଟ୍ସଙ୍କ କହିବାନୁସାର ସେକ୍ସ ବିନା କପଲ୍ସଙ୍କ ମଧ୍ୟରେ ସମ୍ପର୍କ ମଜଭୁତ ରହେନାହିଁ ଏବଂ ସମ୍ପର୍କରେ ଉଦାସୀନତା ଆସିଥାଏ । ସୋସିଆଲ ସାଇକୋଲୋଜିକାଲ ଏଣ୍ଡ ପର୍ସନାଲିଟି ସାଇନ୍ସ ଜର୍ଣ୍ଣାଲରେ ଛପିଥିବା ଏକ ଅଧ୍ୟୟନ ଅନୁସାରେ ଜଣାପଡିଛି ଯେ ଯେଉଁମାନେ ନିଜ ସମ୍ପର୍କକୁ ନେଇ ଖୁସି ରହିଥାନ୍ତି ସେମାନେ ନିଜ ସେକ୍ସ ଲାଇଫରେ ସେତେ ଭଲ ପ୍ରଦର୍ଶନ କରିପାରନ୍ତି ।

ଏକ୍ସପର୍ଟ୍ସଙ୍କ କହିବାନୁସାରେ ଯେଉଁମାନେ ନିଜ ପାର୍ଟନରର ଭାବାତ୍ମକ ଆବଶ୍ୟକତାକୁ ପୂରା କରନ୍ତି ସେମାନଙ୍କ ସେକ୍ସ ଲାଇଭ୍ ଭଲ ହୋଇଥାଏ । ଯେଉଁମାନେ ନିଜ ପାର୍ଟନରର ଶାରିରୀକ ଓ ମାନସିକ ଉଭୟ ରୂପେ ଧ୍ୟାନ ରଖନ୍ତି, ସେକ୍ସ ସମୟରେ ତାଙ୍କୁ ପାର୍ଟନରଠୁ ସେତେ ଆନନ୍ଦ ମିଳିଥାଏ । ଇଣ୍ଡିୟାନା ୟୁନିଭର୍ସିଟିର ଏକ ଅଧ୍ୟୟନ ଅନୁସାରେ କରୋନା ଓ ଲକଡାଉନ ଯୋଗୁଁ ଲୋକଙ୍କ ସେକ୍ସ ଲାଇଫ୍ କ୍ୱାଲିଟିରେ ହ୍ରାସ ଆସିଛି । ଲୋକଙ୍କୁ ସେକ୍ସୁଆଲ୍ ବିହେଭିୟର ମଧ୍ୟ ପୂର୍ବ ଅପେକ୍ଷା ବଦଳି ଯାଇଛି । ଏଭଳି କ୍ଷେତ୍ରରେ ସେକ୍ସ ଲାଇଫକୁ ଉତ୍ତମ କରିବା ପାଇଁ କପଲ୍ସଙ୍କୁ ଅନେକ ଛୋଟ ଛୋଟ କଥା ଉପରେ ଧ୍ୟାନ ଦେବା ଉଚିତ୍ ।

ରିଲେସନସିପ୍ ଏକ୍ସପର୍ଟ୍ସଙ୍କ କହିବାନୁସାରେ କପଲ୍ସଙ୍କୁ ପ୍ରାୟ ଡେଟରେ ବାହାରକୁ ଯିବା ଉଚିତ୍ । ବେଳେବେଳେ ପରସ୍ପରକୁ ଗିଫ୍ଟ ଦେବା ଉଚିତ୍ । ଏହା ସହିତ ଭଲ ପାଇବା ଓ କେୟାର ପାଇଁ ପରସ୍ପରକୁ ଧନ୍ୟବାଦ ଦେବା ଉଚିତ୍ । ଆପଣଙ୍କ ପାର୍ଟନର ଆପଣଙ୍କ ପାଇଁ ଯାହା ବି କରୁଛି ସେଥିପାଇଁ ତାଙ୍କୁ ପ୍ରଶଂସା କରନ୍ତୁ । ଯଦି ଆପଣଙ୍କୁ ନିଜ ପାର୍ଟନରର କୌଣସି କଥା ଭଲ ଲାଗୁଛି ତେବେ ଆପଣ ସେନେଇ ଖୋଲିକି ଆଲୋଚନା କରିପାରିବେ । କୃତଜ୍ଞତା ବା ଆଭାର ଜଣାଇବା ଫଳରେ ସମ୍ବନ୍ଧରେ ମଜଭୁତି ଆସିଥାଏ । ପାର୍ଟରନଙ୍କ କେଉଁ କଥା ଆପଣଙ୍କୁ ଭଲ ଲାଗୁଛି ଏହା ସେୟାର କରିବାରେ ଜମା ବି ପଛଘୁଞ୍ଚା ଦିଅନ୍ତୁନି । ଶାରିରୀକ ସମ୍ପର୍କ ସମୟରେ ଭଲ ଲାଗୁଥିବା କଥା ପରସ୍ପର ସହ ସେୟାର କରନ୍ତୁ । ମନେ ରଖନ୍ତୁ ସେକ୍ସୁଆଲ କନେକ୍ସନ ହେବାରେ ସାମାନ୍ୟ ସମୟ ଲାଗିଥାଏ । ଯଦି ପାର୍ଟନରଙ୍କୁ ମୁଡ୍ ଭଲ ନାହିଁ କିମ୍ବା ସେ ଥକ୍କା ଅନୁଭବ କରୁଛନ୍ତି ତେବେ ତାଙ୍କୁ ହଇରାଣ କରନ୍ତୁନି । ପାର୍ଟନରକୁ ପୁରା ସମୟ ଦିଅନ୍ତୁ ଯାହା ଫଳରେ ସେ ଭଲ ଅନୁଭବ କରିବେ । ସେକ୍ସରୁ କିଛି ଦିନ ବ୍ରେକ୍ ନେବା ମଧ୍ୟ ସେକ୍ସ ଲାଇଫକୁ ସୁନ୍ଦର କରିଥାଏ ।