କଂଗ୍ରେସର କକ୍ଷତ୍ୟାଗ
ଭୁବନେଶ୍ୱର:ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କରି କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟପାଳଙ୍କ ଭାଷଣକୁ ନେଇ ପ୍ରତିବାଦ ଜଣାଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟ ସରକାର ନିଜ ପ୍ରଶଂସା ପାଇଁ ରାଜ୍ୟପାଳଙ୍କ ସହାୟତା ନେଇଛନ୍ତି । ରାଜା ମହାରାଜା ଅମଳ ଭଳି ପ୍ରଶଂସା କାର୍ଯ୍ୟକ୍ରମ କରାଯାଇଛି । ଏହାକୁ ଆମେ ବିରୋଧ କରି କକ୍ଷତ୍ୟାଗ କରିଛୁ ବୋଲି ନରସିଂହ ମିଶ୍ର କହିଛନ୍ତି ।
ପ୍ରକାଶ ଯେ ସୋମବାର ଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ବିଧାନସଭା ଭିତରେ ପ୍ରବେଶ ପୂର୍ବରୁ ପ୍ରଥମେ ରାଜ୍ୟପାଳ ରଘୁବର ଦାସଙ୍କୁ ଗାର୍ଡ ଅର୍ଫ ଅନର ଦିଆଯାଇଥିଲା । ପରେ ରାଜ୍ୟପାଳ ବିଧାନସଭା ଭିତରେ ଦିବଂଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିସହ ସହିଦ ଯବାନମାନଙ୍କୁ ମଧ୍ୟ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ରାଜ୍ୟପାଳ ନିଜର ଅଭିଭାଷଣ ଆରମ୍ଭ କରି ରାଜ୍ୟସରକାରଙ୍କ ଉପଲବ୍ଧି ତଥା ସଫଳତା ବିଷୟରେ କହୁଛନ୍ତି ।