ଦିନ ୧୧ ଟା ୩୦ ସୁଦ୍ଧା ୪୨ ଡିଗ୍ରୀ

May 31, 2024 - 13:39
 4574
ଦିନ ୧୧ ଟା ୩୦ ସୁଦ୍ଧା ୪୨ ଡିଗ୍ରୀ

ଭୁବନେଶ୍ବର: ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଦିନ ସାଢେ ୧୧ ଟା ସୁଦ୍ଧା ୪୨ ଡିଗ୍ରୀ ଟପିଲା ତାପମାତ୍ରା। ୪୨.୨ ଡିଗ୍ରୀ ସହ ଝାରସୁଗୁଡା ସବୁଠାରୁ ଉତ୍ତର ସହର ଭାବେ ରେକର୍ଡ କରାଯାଇଛି। ସମ୍ବଲପୁର ୪୨, ହୀରାକୁଦ ୪୦, ରାଉରକେଲା ୩୫, ଗୋପାଳପୁପ ୩୪, ପୁରୀ ୩୩.୯, ଭୁବନେଶ୍ବର ୩୩.୫, କେନ୍ଦୁଝର ୩୩.୪, ପାରାଦୀପ ୩୩.୧ , ଚାନ୍ଦବାଲି ୩୨.୮ ଓ ବାଲେଶ୍ବର ୩୧ .୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଆଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଚାନ୍ଦବାଲି ଓ ବାଲେଶ୍ବର ୯୧ ପ୍ରତିଶତ ଆଦ୍ରତା ରହିଛି।