ଧସିଲା ବୈତରଣୀ ନଦୀବନ୍ଧ
baitarani river side colapse
ଯାଜପୁର: ପୁଣି ଧସିଲା ବୈତରଣୀ ନଦୀବନ୍ଧ । ଯାଜପୁର ଦଶରଥପୁର ବ୍ଳକ କମାରଡିହି ପଞ୍ଚାୟତ ବଳରାମପୁର ଠାରେ ଧସିଲା ବୈତରଣୀ ନଦୀବନ୍ଧ । ପାଖାପାଖି ୫୦ ଫୁଟ ଲମ୍ବର ନଦୀ ବନ୍ଧ ଧସିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ହିଁ ଅଘଟଣର ଅନୁମାନ କରୁଥିଲେ ଗ୍ରାମବାସୀ ।
ବନ୍ଧ ନିର୍ମାଣ ସମୟରେ ନିମ୍ନମାନର କାର୍ୟ୍ୟ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଜଳ ସମ୍ପଦ ବିଭାଗ ଏଥିପ୍ରତି ଧ୍ୟାନ ନଦେବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ନିକଟରେ ଦତପୁର ଠାରେ ମଧ୍ୟ ୧୦୦ ଫୁଟ୍ ଲମ୍ବର ନଦୀବନ୍ଧ ଧସିଥିଲା । ତଥାପି ଜଳ ସମ୍ପଦ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଦେଖିବାକୁ ମିଳିଛି ।