ନକ୍ସଲଙ୍କ ଗୁଳିରେ ଜଣେ ସିଆରପିଏଫ୍‌ ଯବାନ ସହିଦ

Dec 17, 2023 - 05:57
 3
ନକ୍ସଲଙ୍କ ଗୁଳିରେ ଜଣେ ସିଆରପିଏଫ୍‌ ଯବାନ ସହିଦ

ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ନକ୍ସଲ ହମ୍‌ଲା । ନକ୍ସଲଙ୍କ ଗୁଳିରେ ଜଣେ ସିଆରପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲା ଜଙ୍ଗଲରେ ରବିବାର ସକାଳେ ଜାଗରକୋଣ୍ଡା ସିଆରପିଏଫ କ୍ୟାମ୍ପର ଯବାନ ମାନେ ସର୍ଚ୍ଚ ଅପରେସନ କରୁଥିଲେ । କ୍ୟାମ୍ପ ଠାରୁ କିଛି ଦୂରରେ ପୁର୍ବରୁ ଆମ୍ବୁସ ପକାଇ ବସିଥିବା ମାଓବାଦୀ ମାନେ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ତେବେ ନକ୍ସଲଙ୍କ ଗୁଳିରେ ଜଣେ ଯବାନଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କ ଗୋଡରେ ଗୁଳି ବାଜିଛି । ଗୁରୁତର ଆହତ ଯବାନଙ୍କୁ ଜାଗରକୋଣ୍ଡା ସିଆରପିଏଫ କ୍ୟାମ୍ପକୁ ନିଆଯାଇଛି । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ବାୟୁ ସେନାର ହେଲିକେପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯିବ ବୋଲି ସୁକୁମା ଏସପି ସୂଚନା ଦେଇଛନ୍ତି ।