ନିର୍ବାଚନୀ ସଭାରେ ସାମିଲ, ନିଲମ୍ବିତ ହେଲେ ୨ଶିକ୍ଷକ

Apr 29, 2024 - 11:27
 4968
ନିର୍ବାଚନୀ ସଭାରେ ସାମିଲ, ନିଲମ୍ବିତ ହେଲେ ୨ଶିକ୍ଷକ

ନବରଙ୍ଗପୁର : ଏବେ ଚାରିଆଡେ଼ ନିର୍ବାଚନୀ ମାହୋଲ । ଆଉ ସରକାରୀ କର୍ମଚାରୀ ବି ଏହି ନିର୍ବାଚନ ହାୱାରେ ସାମିଲ ହେଉଛନ୍ତି । ଯାହା ସେମାନଙ୍କ ପାଇଁ ମହଙ୍ଗା ପଡ଼ୁଛି । ନିର୍ବାଚନୀ ସଭାରେ ସାମିଲ ହେବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ୨ଶିକ୍ଷକ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାପାଳ ପାପଡାହାଣ୍ଡି ବ୍ଲକର ଦୁଇ ସ୍କୁଲ ଶିକ୍ଷକଙ୍କୁ ନିଳମ୍ବିତ କରିଛନ୍ତି । ଦୁଇ ନିଳମ୍ବିତ ଶିକ୍ଷକ ପିତାରିଗୁଡା ୟୁପି ସ୍କୁଲର । ଗୌତମ ଚରଣ ସାହୁ ଏବଂ ଡାବୁଗାଁ ପୂଝାରିଗୁଡା ସ୍କୁଲର ମନୋଜ କୁମାର ଭତ୍ରା । ଏହି ଦୁଇ ଶିକ୍ଷକ ରାଜନୈତିକ ଦଳର ନିର୍ବାଚନୀ ସଭାରେ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଦୁଇ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି ।