ନୂଆ ବର୍ଷରେ ନୂଆ ଭେଟି ଆଶାରେ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହ ଆଲୋଚନା ପରେ ଡିସେମ୍ବର ମାସ ସୁଦ୍ଧା ଦାବୀ ପୂରଣ ପ୍ରତିଶ୍ରୁତି ମିଳିଥିବାରୁ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିôବା ଜଣାପଡିଛି । ଶିକ୍ଷକ ଆନ୍ଦୋଳନ ସ୍ଥଗିତ ନେଇ ମହାସଂଘ ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି । ମହାସଂଘ ମହାସବିଚଙ୍କ ସୂଚନା ଅନୁଯାୟୀ ଭିଡିଓ କଲରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ଆଲୋଚନା ହୋଇଛି । ଠିକା ନିଯୁକ୍ତିକୁ ନିୟମିତ, ଗ୍ରେଡ ପେ ବୃଦ୍ଧି ଓ ପୁରାତନ ପେନସନ ଯୋଜନା ଲାଗୁ ଭଳି ମୁଖ୍ୟ ଦାବି ସମ୍ପର୍କରେ ଆଲୋଚନା କରାଯାଇଛି । ଏହି ଦାବିକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଗ୍ରହଣ କରିଥିବାରୁ ଆନ୍ଦୋଳଦକୁ ସ୍ଥଗିତ ରଖାଯାଇଛି ବୋଲି ସେ କହିଛନ୍ତି । ଡିସେମ୍ବର ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଶିକ୍ଷକଙ୍କୁ ବୈଠକରେ ୫-ଟି ସଚିବ ଭିକେ ପାଣ୍ଡିଆନ କହିଥିବା ସୂଚନା ମିଳିଛି । ନୂଆବର୍ଷରେ ନୂଆ ଭେଟି ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ମିଳିପାରେ ବୋଲି ଆଶ୍ୱାସନା ମିଳିଛି । ଆଜି ବୈଠକରେ ୧୦ ଟି ପ୍ରାଥମିକ ସଂଘରୁ ୯ ସଂଘ ଯୋଗ ଦେଇଥିଲେ । ମିଳିତ ପ୍ରାଥମିକ ଶିକ୍ଷକ ସଂଘକୁ ଡାକରା ହୋଇନଥିଲା ବୋଲି ଚାରୁଲତା ମହାପାତ୍ର ପ୍ରକାଶ କରିଛନ୍ତି ।