ରୌପ୍ୟ ପଦକରୁ ଏସୀୟ କ୍ରୀଡାରେ ବିଜୟ ଅଭିଯାନ ଆରମ୍ଭ କଲା ଭାରତ

Sep 24, 2023 - 06:21
 1
ରୌପ୍ୟ ପଦକରୁ ଏସୀୟ କ୍ରୀଡାରେ ବିଜୟ ଅଭିଯାନ ଆରମ୍ଭ କଲା ଭାରତ

ହାଙ୍ଗଝୌ: ଚୀନର ହାଙ୍ଗଝୌରେ ଆରମ୍ଭ ହୋଇଥିବା ଏସୀୟ କ୍ରୀଡାରେ ରୌପ୍ୟ ପଦକରୁ ଅଭିଯାନ ଆରମ୍ଭ କରିଛି ଭାରତ । ଶୁଟିଂରେ ମହିଳା ଟିମ୍‌କୁ ମିଳିଛି ରୌପ୍ୟ ପଦକ । ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ମିଳିଛି ଭାରତୀୟ ମହିଳା ଦଳ ଏହି ସଫଳତା ହାସଲ କରିଛନ୍ତି । ମେହୁଲି ଘୋଷ, ରମିତା ଓ ଆଶୀ ଚୌକ୍‌ସେ ରୌପ୍ୟ ପଦକ ଜିତିଛନ୍ତି । ସେହିଭଳି ଶୁଟିଂରେ ରୌପ୍ୟ ଜିତିବା ପରେ ଭାରତ ରୋଇଂ ବା ନୌଚାଳନାରେ ବି ରୌପ୍ୟ ପଦକ ହାସଲ କରିଛି । ପୁରୁଷ ଲାଇଟ୍‌ୱେଟ ଡବଲ୍‌ ସ୍କଲସ୍‌ରେ ଦେଶ ପାଇଁ ଏହି ରୌପ୍ୟ ପଦକ ଜିତିଛନ୍ତି ଅରବିନ୍ଦ ସିଂହ ଓ ଅର୍ଜୁନ ଲାଲ୍‌ ଜାଟ୍‌ ।
ଶନିବାର ଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଉଦ୍‌ଘାଟିତ ହୋଇଥିବା ଏସୀୟ କ୍ରୀଡା ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରତିଯୋଗିତାରେ ୪୫ଟି ଦେଶରୁ ପ୍ରାୟ ୧୨,୫୦୦ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଭାରତରୁ ୬୫୫ ଜଣିଆ ଦଳ ଏଥିରେ ଅଂଶଗ୍ରହଣ କରିଛି । ଏଥର ଭାରତ ଏହି କ୍ରୀଡାରେ ୧୦୦ରୁ ଅଧିକ ପଦ ଜିତିବାକୁ ଆଶା ରଖିଛି । ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟ ଏହି କ୍ରୀଡାରେ ଅଂଶଗ୍ରହଣ କରିବାକୁ ଯାଉଛି । କ୍ରିକେଟ୍‌ରୁ ମଧ୍ୟ ଭାରତକୁ ସ୍ୱର୍ଣ୍ଣ ପଦକ ପାଇବାର ଆଶା ରହିଛି ।