ପାଣି ଦୂର କରେ ଅନେକ ରୋଗ
ଜଳ ହିଁ ଜୀବନ । ମୁନ୍ଦାଏ ପାଣି ବିନା ଜୀବନ ଅସମ୍ଭବ । ପାଣି ଏକ ଏପରି ଜିନିଷ ଯାହା ଅନେକ ରୋଗକୁ ଦୂର କରିଦେଇପାରେ ।
ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଆପରଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇବ । ଆପଣ ଯେତେ ଅଧିକ ପାଣି ପିଇବେ ସେତେ ନିରୋଗୀ ରହିବେ ।
ଏହା ରକ୍ତରୁ ଶର୍କରା ପରିମାଣ କମ୍ କରିବା ସହ ଓଜନ ହ୍ରାସରେ ବି ସହାୟ ହୋଇଥାଏ । ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଡ଼ାଏଟ୍ କରୁଛନ୍ତି ,ତେବେ ଯେତେ ପାରୁଛନ୍ତି ସେତେ ପାଣି ପିଅନ୍ତୁ ।
ଅଧିକରୁ ଅଧିକ ବ୍ୟାୟାମ କରିବା ପାଇଁ ପାଣି ଶକ୍ତି ଯୋଗାଏ । ଆପଣ ଯଦି ପ୍ରଚୁର ପରିମାଣରେ ପାଣି ପିଉଥାନ୍ତି ତେବେ ମୁଣ୍ଡବିନ୍ଧା ଓ ମାଇଗ୍ରେନ ସମସ୍ୟା ଦୂର ହୋଇଥାଏ ।
ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ପରି ରୋଗ ଦୂରେଇ ଯାଇପାରେ । ପ୍ରଚୁର ପରିମାଣରେ ପାଣି ପିଇଲେ କିଡ଼ନି ଷ୍ଟୋନ୍ ହେବାର ସମ୍ଭାବନା ଦୂର ହୋଇଥାଏ ।