ପୁରୀ ବାଣ ବିସ୍ଫୋରଣ ଘଟଣା: ଡିସ୍‌ଚାର୍ଜ ହେଲେ ଦୁଇ ଆହତ

Jun 3, 2024 - 12:44
 3873
ପୁରୀ ବାଣ ବିସ୍ଫୋରଣ ଘଟଣା: ଡିସ୍‌ଚାର୍ଜ ହେଲେ ଦୁଇ ଆହତ

ଭୁବନେଶ୍ୱର: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଡାକ୍ତରଖାନାରୁ ଆଉ ୨ ଆହତ ବ୍ୟକ୍ତି ସୋମବାର ଡିସ୍‌ଚାର୍ଜ ହୋଇଛନ୍ତି। ସେମାନେ ହେଲେ ବଳରାମ ଦାସ(୧୫) ଏବଂ ମନମୋହନ ବେହେରା(୨୪)।
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୧୭ ଜଣଙ୍କ ମଧ୍ୟରୁ ୨ ଆହତଙ୍କୁ ଆଜି କଟକ ବଡ଼ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି। ପୂର୍ବରୁ ୬ ଜଣ ଆହତ ବ୍ୟକ୍ତିଙ୍କୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ପର୍ୟ୍ୟନ୍ତ ୮ ଜଣ ଆହତଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇସାରିଲାଣି। ବର୍ତ୍ତମାନ ୧୫ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ମୋଟ୍‌ ମୃତ୍ୟୁସଂଖ୍ୟା ୧୩ରେ ପହଞ୍ଚିଥିବା ବେଳେ ପରିସ୍ଥିତି ଉପରେ ସରକାର ତୀକ୍ଷ୍ଣ ନଜର ରଖିଥିବା ଏସ୍‌ଆର୍‌ସିଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି।