ବିଧାନସଭା ପରିସରରେ ଜାତୀୟ ପତାକା ସ୍ତମ୍ଭ ଉନ୍ମୋଚିତ

assembly

Aug 17, 2023 - 06:39
 22
ବିଧାନସଭା ପରିସରରେ ଜାତୀୟ ପତାକା ସ୍ତମ୍ଭ ଉନ୍ମୋଚିତ

ଭୁବନେଶ୍ୱର:  ଓଡ଼ିଶା ବିଧାନସଭା ପରିସରରେ ୩୨ମିଟର ଉଚ୍ଚ ଜାତୀୟ ପତାକା ସ୍ତମ୍ଭ ଆଜି ଉନ୍ମୋଚିତ ହୋଇଛି । ଏହି ସ୍ତମ୍ଭରେ ୨୦ଫୁଟ ଲମ୍ବ ଓ ୩୦ ଫୁଟ୍ ଓସାରର ଜାତୀୟ ପତାକା ରହିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୩୨ ମିଟର ଉଚ୍ଚ ସ୍ତମ୍ଭକୁ ଉଦଘାଟନ କରିଛନ୍ତି ।  ବିଧାନସଭା ପରିସରରେ ଏହି ଉଚ୍ଚ ସ୍ତମ୍ଭକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦଘାଟନ କରିବା ପରେ ରାଜ୍ୟ ପୁଲିସ୍ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଙ୍ଗୀନ ଗାନ କରାଯାଇଥିଲା । ଏହି ଉଦଘାଟନ କାର୍ୟ୍ୟକ୍ରମରେ ବିଧାନସଭା କାର୍ୟ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଉଚ୍ଚ ସ୍ତମ୍ଭ ଓ ବୃହତ୍ ତ୍ରିରଙ୍ଗା ଦେଶପ୍ରେମର ଏକ ଅନନ୍ୟ ସ୍ମାରକୀ ଭାବେ ରାଜଧାନୀ ଭୁବନେଶ୍ୱରର ଏକ ଅନୁପମ ଆକର୍ଷଣ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।