ମହାଶିବରାତ୍ରୀ: ଶ୍ରୀଲିଙ୍ଗରାଜ ମନ୍ଦିରରେ ଭିଡ଼

ଭୁବନେଶ୍ବର : ଜାଗର ପାଇଁ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ। ଭୋରରୁ ହିଁ ସମସ୍ତ ଶିବ ମନ୍ଦିର ଓ ପୀଠରେ ମହାଦେବଙ୍କ ଦର୍ଶନ ପାଇଁ ଭିଡ ଲାଗିରହିଛି। ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଛି ପ୍ରବଳ ଭିଡ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ ଭିତରେ ଲାଇନ୍ କରି ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯାଉଛନ୍ତି। ଭୋର ୩ ଟାରୁ ମହାପ୍ରଭୁଙ୍କର ନୀତିକାନ୍ତି ଆରମ୍ଭ ହୋଇଛି । ଭୋର୍ ୩ ଟା ରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯାଇଛି। ରାତି ୩.୩୦ ରୁ ଦିନ ୧୧ ଟା ପର୍ୟ୍ୟନ୍ତ ସାହାଣମେଲା ଦର୍ଶନ ରହିଛି । ଏହା ପରେ ୧୧.ଟା ରୁ ୧୨ ଟା ପର୍ୟ୍ୟନ୍ତ ଛାମୁ ପରିଷ୍କାର ନୀତି ହେବ । ୧୨ ରୁ ୧୨.୪୫ ପର୍ୟ୍ୟନ୍ତ ମହାସ୍ନାନ ଓ ବେଶ ହେବ । ଏହା ପରେ ସୂର୍ୟ୍ୟ ପୂଜା, ଦ୍ବାରା ପାଳ ପୂଜା, ଶ୍ରୀ ଜିଉ ଙ୍କ ବଲ୍ଲଭ ଓ ଶ୍ରୀ ଜୀଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ । ଏହା ପରେ ଅନ୍ୟାନ୍ୟ ନୀତି ହେବ ।
ମହାପ୍ରଭୁଙ୍କର ସମସ୍ତ ନୀତି ସଠିକ୍ ସମୟରେ ଚାଲିଛି ଥିବା ଲିଙ୍ଗରାଜ ମନ୍ଦିର ସୁପରଭାଇଜର ରାଜ କିଶୋର ମହାପାତ୍ର କହିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ିରେ ଯାଉଛନ୍ତି ଶ୍ରଦ୍ଧାଳୁ। ଦର୍ଶନ ପାଇଁ ଉତ୍ସାହିତ ଅଛନ୍ତି ଶ୍ରଦ୍ଧାଳୁ। ସାରା ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ବାବା ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି। ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କମିଶନରେଟ ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସୁନ୍ଦର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ୫ ଜଣ ଅତିରିକ୍ତ ଡିସିପି,୧୪ ଜଣ ଏସିପି,୨୧ ଜଣ ଆଇଆଇସି,୮୪ ଜଣ ଏସ୍ଆଇ ଓ ଏଏସଆଇ, ୯୩ ସେକ୍ସନ ଫୋର୍ସଙ୍କ ଉପରେ ରହିଛି ଜାଗର ସୁରକ୍ଷା ଦାୟିତ୍ବ ରହିଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପାର୍କିଙ୍ଗ କରାଯାଇଛି। ଓଡ୍ରାଫ,ଅଗ୍ନିଶମ ବିଭାଗର ଅଧିକାରି ମୁତୟନ ରହିଛନ୍ତି। ସଫେଇ ପାଇଁ ବିଏମସିର ପକ୍ଷରୁ ବି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।