ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର। ସରକାର ମହଙ୍ଗା ଭତ୍ତା ବଢ଼ାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ଏ ନେଇ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତାକୁ ସରକାର ୪% ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏହି ବୃଦ୍ଧି ସହିତ ସେମାନଙ୍କ ମହଙ୍ଗା ଭତ୍ତା ୫୦%ରେ ପହଞ୍ଚିଛି। ଏହା ପୂର୍ବରୁ କେନ୍ଦ୍ର ସରକାର ତାଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଗତ ବର୍ଷ ଅକ୍ଟୋବର ମାସରେ ବଢ଼ାଇଥିଲେ।