ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,୫ଟି ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍

ଫୁଲବାଣୀ: ରାଜ୍ୟରେ ଆଜି ୫ଟି ଜିଲ୍ଲାରେ ଲକ୍ଷ୍ମୀ ବସ ସେବାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହିକ୍ରମରେ କନ୍ଧମାଳ ଜିଲ୍ଲାରେ ୫୦ଟି ବସ୍ର ଶୁଭାରମ୍ଭ ହୋଇଛି । ଏହି ବସ ପ୍ରତି ପଞ୍ଚାୟତରୁ ବ୍ଳକ୍ ମୁଖ୍ୟାଳୟକୁ ଗଡିବ। ଏହି ସେବା ଦ୍ୱାରା ଛାତ୍ରଛାତ୍ରୀ ଏବଂ ମହିଳାଙ୍କ ସହ ସାଧାରଣ ଲୋକମାନେ ବେଶ ଉପକୃତ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଉଦଘାଟନୀ ଉତ୍ସବରେ କହିଛନ୍ତି । କନ୍ଧମାଳ ଜିଲ୍ଲାରେ ୨୭ଟି ବସ ଆସିଥିବା ବେଳେ ଆଉ ୨୩ଟି ବସ ଚାଲିବ । କନ୍ଧମାଳ ରେ ସମୁଦାୟ ଗଡ଼ିଲା ୫୦ ଲକ୍ଷ୍ମୀ ବସ ୧୭୧ ପଞ୍ଚାୟତର ଲକ୍ଷାଧିକ ଲୋକେ ଉପକୃତ ହେବେ। ମିଶନ ଶକ୍ତି ମହିଳାଙ୍କୁ ରୋଜଗାର ଦେବା ପାଇଁ ଏହି ବସ୍ ପରିଚାଳନା ଭାର ମହିଳାଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆସନ୍ତା ଚଳିତ ମାସ ସୁଦ୍ଧା ସବୁ ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଏହି ଅବସରରେ କନ୍ଧମାଳ ଷ୍ଟାଡିୟମ୍ ଠାରେ ସ୍ୱତନ୍ତ୍ର ସଭାର ଆୟୋଜନ ହୋଇଥିଲା ।