୭୧୬ ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

Feb 10, 2024 - 11:45
 3
୭୧୬ ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ନିଯୁକ୍ତି ପର୍ବରେ  ୭୧୬ ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ନବନିଯୁକ୍ତ  ଆସିଷ୍ଟାଣ୍ଟ ସେକ୍ସନ ଅଫିସରମାନେ ଲୋକସେବା ଭବନରେ ବିଭିନ୍ନ ବିଭାଗରେ କାର୍ୟ୍ୟ କରିବେ । ଲୋକସେବା ଭବନ କନଭେନସନ୍‌ ସେଣ୍ଟରରେ ଆୟୋଜିତ ଏକ ଓରିଏଣ୍ଟେସନ ପ୍ରୋଗ୍ରାମରେ ନବନିଯୁକ୍ତ  ଆସିଷ୍ଟାଣ୍ଟ ସେକ୍ସନ ଅଫିସରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସରକାରଙ୍କ 5T ନୀତି ଆଧାରରେ କାର୍ୟ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନିଷ୍ଠାପର ଭାବେ କାର୍ୟ୍ୟ କରିବା ସହ ଜନସେବାକୁ ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ନବୀନ । ଏହି ଦିଗ୍‌ଦର୍ଶନ କାର୍ୟ୍ୟକ୍ରମରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗ ACS ଡି.କେ.ସିଂହ, ସ୍ପେଶାଲ ସେକ୍ରେଟାରୀ ସନ୍ତୋଷ ବାଲା ପ୍ରମୁଖ ଯୋଗଦେଇଥିଲେ ।