ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଇଡି ଚଢ଼ାଉ
AAP MLA DELHI ED RAID
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କ ପାଇଁ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ନିକଟରେ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଜେଲ ଯିବା ପରେ ଆଜି ସକାଳେ ଚହଲା ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି । ମନି ଲଣ୍ଡରିଂ ମାମଲାର ଅନୁସନ୍ଧାନର ଏକ ଅଂଶ ଭାବରେ ଇଡି ଆଜି ସକାଳେ ଅମାନତୁଲ୍ଲା ଖାନଙ୍କ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ମନି ଲଣ୍ଡରିଂ ମାମଲାର ତଦନ୍ତ ସଂପର୍କରେ ମଙ୍ଗଳବାର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ବିଧାୟକ ଅମାନତୁଲ୍ଲା ଖାନଙ୍କ ଘର ଉପରେ ଚଢ଼ାଉ କରିଥିଲେ । ଖାନ (୪୯) ଦିଲ୍ଲୀ ବିଧାନସଭାରେ ଚହଲା ଅଞ୍ଚଳଙ୍କୁ ପ୍ରତିନିଧିତ୍ୱ କରନ୍ତି । ବିଧାୟକ ଅମାନତୁଲ୍ଲା ଖାନ ହେଉଛନ୍ତି ଦିଲ୍ଲୀ ୱାକଫ ବୋର୍ଡର ଚେୟାରମ୍ୟାନ୍ । ଦିଲ୍ଲୀ ୱାକଫ ବୋର୍ଡରେ ବେଆଇନ ନିଯୁକ୍ତି ସହ ଜଡିତ ଏକ ଦୁର୍ନୀତି ମାମଲାରେ ଦିଲ୍ଲୀ ଦୁର୍ନୀତି ନିବାରଣ ବ୍ୟୁରୋ ତାଙ୍କ ବିରୋଧରେ ଏଫଆଇଆର କରିଛି ।