ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ - ଆମ ମନ, ଆମ ଅଧିକାର

Mental Health Day WHO 2023

Oct 10, 2023 - 04:16
Oct 10, 2023 - 04:17
 5
ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ - ଆମ ମନ, ଆମ ଅଧିକାର

ଭୁବନେଶ୍ୱର : ଆଜି ସାରା ବିଶ୍ୱରେ ପାଳିତ ହେଉଛି ମାନସିକ ସ୍ୱାସ୍ଥ୍ୟ ଦିବସ । ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସ ୧୦ ତାରିଖରେ ସାରା ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ପ୍ରତି ଆସୁଥିବା ଆହ୍ୱାନକୁ ମୁକାବିଲା କରିବା ପାଇଁ ଲୋକଙ୍କୁ ସଚେତନ କରିବା ହେଉଛି ଆଜିର ଦିନର ମୁଖ୍ୟ ଉଦ୍ଦେଶ୍ୟ । ଦିନକୁ ଦିନ ବଦଳୁଛି ଦୁନିଆ, ଜୀବନ ପାଇଁ ଅନେକ ସମୟରେ ପ୍ରତି ସମୟରେ ଅନେକ ସଂଘର୍ଷର ସମ୍ମୁଖିନ ହେଉଥିବା ମଣିଷ ଅନେକ ସମୟରେ ପରିସ୍ଥିତି ଚାପରେ ପଡି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନିଏ । କିନ୍ତୁ ଏହା ରୋକାଯାଇ ପାରିବ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଚଳିତ ବର୍ଷ ପାଳନ ପାଇଁ ମୁଖ୍ୟ ବାର୍ତ୍ତା ହେଉଛି ଆମ ମନ ଆମ ଅଧିକାର । ୧୯୯୨ରୁ ମାନ୍ୟତା ଲାଭ କରିଆସିଥିବା ଏହି ଦିବସକୁ ବିଶ୍ୱର ପ୍ରାୟ ୧୨୦ ଦେଶରେ ପାଳନ କରାଯାଉଛି  । ମାନସିକ ଚାପ, ଅସ୍ଥିରତା, ଅବସାଦ ଆଦି ସମ୍ପର୍କିତ ମାନସିକ ସ୍ୱାସ୍ଥ୍ୟ ଅବସ୍ଥା କ୍ଷେତ୍ରରେ ସଚେତନତା ସୃଷ୍ଟି ଲାଗି ୧୯୯୨ରେ ଏକ ପ୍ରାଥମିକ ପଦକ୍ଷେପ ନେଇଥିଲା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସଂଗଠନ । 
ମାନସିକ ଅସ୍ଥିରତା, ଚାପ ଆଦି କ୍ଷେତ୍ରରେ ନିଜେ କୌଣସି ପଥ ନ ବାଛି ଅନ୍ୟର ସହାୟତା ଆବଶ୍ୟକ କରିବା ଲାଗି ଲୋକଙ୍କୁ ପରାମର୍ଶ ଦେଇଥାଏ ସଂଗଠନ  । ବିଶେଷ କରି କୋଭିଡ ପରେ ଲୋକଙ୍କ ମଧ୍‌ଯରେ ସୃଷ୍ଟି ହୋଇଥିବା ଅବସାଦ, ଚାପ, ଦୁର୍ଦ୍ଦଶା, ଅର୍ଥନୈତିକ ଦୁର୍ଗତି, ସାମାଜିକ ସଙ୍କଟର ମୁକାବିଲା କ୍ଷେତ୍ରରେ ମାନସିକ ସ୍ତରରେ ଦୃଢ଼ ରହିବା ଲାଗି ପରାମର୍ଶ ଦେଉଛି ସଂଗଠନ  । ମାନସିକ ସ୍ୱାସ୍ଥ୍ୟ ଏକ ସାର୍ବଜନୀନ ମାନବାଧିକାର, ଏଥିଲାଗି ସଚେତନତା ସୃଷ୍ଟି, ମାନସିକ ସ୍ୱାସ୍ଥ୍ୟର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମାନସିକ ଅବସ୍ଥାର ସୁରକ୍ଷା ଦିଗରେ ଲୋକଙ୍କୁ ପ୍ରୋତ୍ସାହନ ଦେବା ଏହି ଦିବସର ବାର୍ତ୍ତା  ।