ଜବାବ ଦେଲା ଭାରତ: କାନାଡ଼ା କୂଟନୀତିଜ୍ଞଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ

Sep 20, 2023 - 03:34
 3
ଜବାବ ଦେଲା ଭାରତ: କାନାଡ଼ା କୂଟନୀତିଜ୍ଞଙ୍କୁ  ଭାରତ ଛାଡ଼ିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତ ଆଜି ଯେସାକୁ ତେସା ନୀତିରେ କାନାଡ଼ାକୁ ଉଚିତ ଜବାବ ଦେଇଛି। କାନାଡ଼ା ପ୍ରଥ‌ମେ ଭାରତ ବିରୋଧରେ ଗୁରୁତର ଅଭି‌ଯୋଗ ଆଣିବା ସହ ଜଣେ ବରିଷ୍ଠ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାପରେ ଭାରତ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କାନାଡ଼ା କୂଟନୀତିଜ୍ଞଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡ଼ିବାପାଇଁ ଭାରତ ଆଜି ନିର୍ଦ୍ଦେଶ ଦେଇଛି। ଉଲ୍ଲେଖଯୋଗ୍ୟ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଛନ୍ତି ଯେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ଭାରତ ସରକାରଙ୍କ ପ୍ରତିନିଧିଙ୍କ ସମ୍ପୃ୍କ୍ତି ରହିଛି। ଭାରତ ସରକାର ଏହ‌ି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। କାନାଡ଼ା ଭାରତ ବିରୋଧରେ ଏହି ଅଭିଯୋଗ ଆଣିବା ସହ ଭାରତର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ମଧ୍ୟ ବହିଷ୍କାର କରିଛି। କାନାଡ଼ାରେ ଭାରତର ‘ର’ (ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ୱିଙ୍ଗ୍‌)ର ସେ ମୁଖ୍ୟ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ଆଜି ସକାଳେ ଭାରତ କାନାଡ଼ା କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ସହ ତାଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡ଼ିବାପାଇଁ ନିର୍ଦ୍ଦେଶ ଦେଇଛି।

ଉଲ୍ଲେଖଯୋଗ୍ୟ, କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋ ଆଜି କାନାଡ଼ା ସଂସଦର ଜରୁରୀ ଅଧିବେଶନରେ କହିଥିଲେ ଯେ କାନାଡ଼ା ମାଟିରେ କାନାଡ଼ା ନାଗରିକଙ୍କ ହତ୍ୟା ଘଟଣାରେ କୌଣସି ବିଦେଶୀ ସରକାରଙ୍କ ସମ୍ପୃକ୍ତିକୁ ଗ୍ରହଣ କରାଯିବନି। ଏହା ମୌଳିକ ନିୟମର ବିରୁଦ୍ଧାଚରଣ କରୁଛି। ତେବେ କାନାଡ଼ା ପ୍ରଧାନମନ୍ତ୍ରୀଙ୍କର ଏହି ଅଭିଯୋଗକୁ ଭାରତ ସରକାର ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଭଳି ଅଭିଯୋଗ ଭିତ୍ତିହୀନ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଭାରତ କହିଛି