ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ସରକାରୀ ବାସଭବନ ନିର୍ମାଣ ଦୁର୍ନିତୀର ସିବିଆଇର ତଦନ୍ତ ଆରମ୍ଭ

Arvind Kejriwal Chief Minister of Delhi , APP

Sep 28, 2023 - 02:31
 5
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ସରକାରୀ ବାସଭବନ ନିର୍ମାଣ ଦୁର୍ନିତୀର ସିବିଆଇର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ନିର୍ମାଣ ବାବଦ ଖର୍ଚ୍ଚ ୧୨ କୋଟିରୁ ୫୦ କୋଟିକୁ ବୃଦ୍ଧି ପାଇଥିବାରୁ ଏହି ଦୁର୍ନୀତିର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ପ୍ରଦାନ କରାଯାଇଛି । ଆଜି ଠାରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ ପକ୍ଷରୁ ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ଦିଲ୍ଲୀ ପୂର୍ତ୍ତ ବିଭାଗ ବଙ୍ଗଳାର ନବୀକରଣ ବାବଦର ସମସ୍ତ ତଥ୍ୟ ସିବିଆଇ ନିକଟରେ ଦାଖଲ କରିବ ବୋଲି ଜଣାପଡିଛି ।
ଏହି ଗୃହର ନବୀକରଣ ପାଇଁ ଆରମ୍ଭରୁ ୧୫ ରୁ ୨୦କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା ତେବେ କାମ ଜାରି ରହିବା ସହିତ ଏହି ଗୃହ ନିର୍ମାଣ ବାବଦରେ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଛି । ଏହି ଖର୍ଚ୍ଚ ପ୍ରାଥମିକ ସ୍ତରରେ ଧାର୍ଯ୍ୟ ବ୍ୟୟ ଖର୍ଚ୍ଚ ଠାରୁ ପ୍ରାୟ ୩ ଗୁଣା ଅଧିକ ହୋଇଥିବାରୁ ବିବାଦ ବଢ଼ିବାରେ ଲାଗିଛି ।
ବିଜେପି ଆମ ଆଦମୀ ପାର୍ଟିକୁ କ୍ଷମତା ବଳରେ ଧ୍ୱସଂ କରିଦେବାକୁ ବସିଛି ବୋଲି ଆପ୍‌ ଅଭିଯୋଗ କରିଛି । ଆମ ଆଦମୀ ପାର୍ଟି ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଦେଶର ଭିତ୍ତିଭୂମୀ ଉନ୍ନତି କରିବା ପାଇଁ ସାରା ଦେଶରେ ଭୋଟ୍‌ ମାଗୁଥିବାବେଳେ ଭାରତୀୟ ଜନତା ପାର୍ଟି କେବଳ ଜାତି ଧର୍ମ ଓ ଘୃଣା ଏବଂ ବିଭାଜନର ରାଜନୀତି କରୁଛି ବୋଲି ଆପ୍‌ କହିଛି । ପୂର୍ବରୁ ହୋଇଥିବା ସମସ୍ତ ଅଭିଯୋଗ ଭଳି ଏଥିରେ ମଧ୍ୟ କିଛି ମିଳିବ ନାହିଁ ।