ପୂଜାରେ କ୍ରାଇମ ରୋକିବାକୁ ପୁଲିସର ମାଷ୍ଟର ପ୍ଳାନ

ଭୁବନେଶ୍ବର: ଆସୁଛି ପୂଜା । ଚଳଚଞ୍ଚଳ ରାଜଧାନୀ । ଏବେଠୁ ରାଜଧାନୀରେ ଡେରା ପକାଇଲେଣି ରାଜ୍ୟ ବାହାର ଛିନତାଇ ଗ୍ୟାଙ୍ଗ । ପୂଜା ପେଣ୍ଡାଲ ନିକଟରେ ଦର୍ଶନ ବାହାନାରେ କରିବେ ହାତ ସଫେଇ । ଗ୍ୟାଙ୍ଗ ମହିଳାଙ୍କୁ ଢାଲ କରି କରିବ ଅପରେସନ। ପୂଜା ପେଣ୍ଡାଲ ଭିତରେ ହେଉକି ବାହାରେ ମୋବାଇଲ, ସୁନା ଚେନ ଓ ଭ୍ୟାନିଟ ଛଡାଇବେ । ପୂର୍ବ ବର୍ଷ ପରି ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ନଜର ରଖିବା ପାଇଁ ଗୁଇନ୍ଦା ନେଟୱର୍କକୁ କଡାକଡି କରିବା ସହିତ ସମସ୍ତ ଥାନାକୁ ଆଲର୍ଟ କରିଛନ୍ତି ଡିସିପି ।
ପୂଜାରେ କ୍ରାଇମ ରୋକିବାକୁ ପୁଲିସର ମାଷ୍ଟର ପ୍ଳାନ । ପାର୍ବଣ ହେବ କ୍ରାଇମ ଫ୍ରି । ରାଜଧାନୀରେ ଡେରା ପକାଇଲେଣି ଆନ୍ତଃରାଜ୍ୟ ଗ୍ୟାଙ୍ଗ । ପୂଜାରେ ମଉଜ କରିବେ ସହରିଆ । ଏହି ସମୟରେ ମୌକା ଦେଖି ମାତିବେ ଲୁଟେରା । ଲୁଟେରାଙ୍କୁ କାଉଣ୍ଟର କରିବାକୁ ଡିସିପିଙ୍କ ଷ୍ଟ୍ରାଟେଜି । ସମସ୍ତ ଥାନାକୁ କରାଯାଇଛି ଆଲର୍ଟ । ଗ୍ୟାଙ୍ଗ ସ୍କାନରରେ ଗହଳି ସ୍ଥାନ । ପୂଜା ପେଣ୍ଡାଲରେ ମହିଳାଙ୍କୁ ଢାଲ କରି ଲୁଟିବେ ପୁରଷ । ମୋବାଇଲ, ସୁନା ଚେନ ଝାମ୍ପିବା ସହ ହେବ ପକେଟ ମାର । ଆଉ କେଉଁଠି ବନ୍ଦ ଥିବା ଘରୁ ଲୁଟିବେ ଅଭିଯୁକ୍ତ ।
ଗ୍ୟାଙ୍ଗ ବାବଦରେ ପୁଲିସ ଅବଗତ ଥିବା ବେଳେ ନଜର ରଖିବା ପାଇଁ ପେଣ୍ଡାଲରେ ଅଣ୍ଡର କଭର ଅଫିସର ସାଧା ପୋଷାକରେ ଜଗିବେ । ପୋଲିସର ଆଖି କାନ କୁହାଯାଉଥିବା ସ୍ପେଶାଲ ସ୍କ୍ବାଡ, ଟିମ-୬୦ ଓ ପିଓପିଡି ଟିମ ଏବେ ଆକ୍ଟିଭ ମୋଡରେ ରହିଛନ୍ତି । ଲୋକଙ୍କୁ ଭେଟି ପୁଲିସ ତାର ଉପସ୍ଥିତ ଜାହିର କରୁଛି । ଗତ ବର୍ଷ ବିଭିନ୍ନ ପୂଜା ପେଣ୍ଡାଲରେ ଏମିତି କିଛି ଘଟଣା ଘଟିଥିଲା । ସେହି ଗ୍ୟାଙ୍ଗ ମାନଙ୍କୁ କମିଟି ସହାୟତାରେ ପୁଲିସ ଧରିଥିଲା । ସେହି ଫଣ୍ଡାକୁ ନେଇ ପୁଲିସ ରଣନିତୀ କରିଛି ବୋଲି ଡିସିପି କହିଛନ୍ତି ।